ETV Bharat / city

‘ଜାତୀୟ ହାର ତୁଳନାରେ ଓଡିଶାରେ ସେରୋ ସର୍ଭେ ରିପୋର୍ଟ ଭଲ ଅଛି’

author img

By

Published : Jul 24, 2021, 1:36 PM IST

Updated : Jul 24, 2021, 5:47 PM IST

ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି । ଏଜେଣ୍ଟ ଲୋକମାନଙ୍କର ଆଣ୍ଟିବଡ଼ି ଅଧିକ ଡେଭଲପ ହୋଇଛି । କାରଣ ସେମାନଙ୍କୁ ପ୍ରଥମେ ଟିକା ଦିଆଯାଇଛି ।ଅଧିକ ପଢନ୍ତୁ...

‘ଜାତୀୟ ହାର ତୁଳନାରେ ଓଡିଶାରେ ସେରୋ ସର୍ଭେ ରିପୋର୍ଟ ଭଲ ଅଛି’
‘ଜାତୀୟ ହାର ତୁଳନାରେ ଓଡିଶାରେ ସେରୋ ସର୍ଭେ ରିପୋର୍ଟ ଭଲ ଅଛି’

ଭୁବନେଶ୍ବର: ପ୍ରତି ମହାମାରୀରେ ଲହର ଆସେ । ଏହାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନି । ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ ସମ୍ପୂର୍ଣ୍ଣ ବାଉଣ୍ଡରୀ ଟାଣିବା ବଡ଼ କଷ୍ଟ । ଏହି ମହାମାରୀର ପ୍ରଭାବ କମ୍ୟୁନିଟି ଭିତରେ କିଛିଟା ରହିବ । ଆମର ସଂକ୍ରମଣ ହାର 2.4 ପ୍ରତିଶତରେ ଚାଲୁଛି । କିନ୍ତୁ ଏଥିପାଇଁ ଆମେ ଖୁସି ହେବା କଥା ନୁହେଁ । ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ 3 ଡ଼ିଜିଟରେ ସଂକ୍ରମଣ ସଂଖ୍ୟା ରହୁଛି । ଏଠି ପିଜେଟିଭ ରେଟ ହାଇ ରହୁଛି । ସେଥିପାଇଁ ସବୁବେଳେ ଆମକୁ ସଜାଗ ରହିବାକୁ ହେବ । ବେଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଜାତୀୟ ହାର ତୁଳନାରେ ଓଡିଶାରେ ସେରୋ ସର୍ଭେ ରିପୋର୍ଟ ଭଲ ଅଛି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେ ଦିଗରେ କାର୍ଯ୍ୟ କରୁଛି । ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି । କୁହାଯାଇ ପାରିବ ଯେ ଏହା ଟିକାର ପ୍ରଭାବ । ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ହୋଇଛି । ତେଣୁ ଲୋକମାନଙ୍କ ଭିତରେ ଆଣ୍ଟିବଡ଼ି ବୃଦ୍ଧି ହେଉଛି। ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି । ଏଜେଡ଼ ଲୋକମାନଙ୍କର ଆଣ୍ଟିବଡ଼ି ଅଧିକ ଡେଭଲପ ହୋଇଛି । କାରଣ ସେମାନଙ୍କୁ ପ୍ରଥମେ ଟିକା ଦିଆଯାଇଛି ।

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟରେ ଦର୍ଶାଯାଇଛି ଯେ ସାଧାରଣ ଲୋକଙ୍କ ମଧ୍ୟରୁ 65.12% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । 85.53% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି । ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିଲା ସର୍ଭେ । 1230 ସାଧାରଣ ଲୋକ ଓ 311 ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ନିଆଯାଇଥିଲା । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 70.09% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବେଳେ ରାୟଗଡ଼ାରେ 63% ଓ କୋରାପୁଟରେ 61.3% ଲୋକଙ୍କଠାରେ ଆଣ୍ଟିବଡି ବୃଦ୍ଧି ପାଇଛି । 21ଟି ରାଜ୍ୟର 70 ଜିଲ୍ଲାରେ ଜୁନ୍‌ 16 ରୁ 20 ମଧ୍ୟରେ ହୋଇଥିଲା ସେରୋ ସର୍ଭେ ।

ଭୁବନେଶ୍ବରରୁ ବିକାଶ ଦାସ ଇଟିଭି ଭାରତ

Last Updated : Jul 24, 2021, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.