ଭୁବନେଶ୍ବର: ରାଜ୍ୟ କଂଗ୍ରେସର ସଂକଳ୍ପ ଯାତ୍ରାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ୨୦୨୪ ରେ ଓଡିଶାରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ବୁଥ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରୁ ନବ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ହେଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ନରସିଂହ କହିଛନ୍ତି ହେଲିକ୍ୟାପ୍ଟର , କିମ୍ବା ମୋଟର ସାଇକେଲରେ ଯାତ୍ରା କଲେ ଲୋକଙ୍କ ସମସ୍ୟା ବୁଝି ହେବନାହିଁ । କଥାରେ କହି ସରକାର ଗଠନ କରି ହେବ ନାହିଁ । ଏଥିପାଇଁ କାର୍ଯ୍ୟ କରି ଦେଖାଇବାକୁ ପଡିବ । କୌଣସି ରାଜନୈତିକ ଦଳ ସରକାରକୁ ଆସିବା ପାଇଁ ରାଜନୀତି କରେ । ଏଥିପାଇଁ ସଂଗଠନକୁ ସୁଦୃଢ କରାଯାଏ । କଂଗ୍ରେସ ମଧ୍ୟରେ ଅତୀତରେ ଏହା କରିଛି । ଭବିଷ୍ୟତରେ ମଧ୍ୟ କରିବ । ହେଲେ ଦଳ ଯେଉଁ ସଂକଳ୍ପ ଯାତ୍ରା କରୁଛି ତାହା ବିଶେଷ ଲାଭ ହେବ ନାହିଁ ବୋଲି କହିଛନ୍ତି ।
ଦଳକୁ ପରାମର୍ଶ ଦେଇ ନରସିଂହ କହିଛନ୍ତି ଏବେବି ସମୟ ଅଛି, ସଗଂଠନର ସମସ୍ତ ଛାମୁଆ ମୋର୍ଚ୍ଚାକୁ ସକ୍ରିୟ କରି ଲୋକଙ୍କ ପାଖକୁ ଯାଇ ବିଜେପି ବିଜେଡି ସରକାର ଅତ୍ୟାଚାର ବୁଝାଇବାକୁ ପଡିବ ବୋଲି ନରସିଂହ କହିଛନ୍ତି ।
ସୂଚନାଯୋଗ୍ୟଯେ ନୂଆ ସଭାପତି ଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ 75 କିମି ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। ଯାହା ଭଦ୍ରକ ଇରମରୁ ଆରମ୍ଭ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର