ETV Bharat / city

National Herald Case: ରାହୁଲଙ୍କୁ ଜେରା, ତାତିଲେ ସୁର - ରାହୁଲଙ୍କ ବାରମ୍ବାର ଜେରାକୁ ନେଇ ତାତିଲେ ସୁର

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

National Herald Case: ରାହୁଲଙ୍କ ବାରମ୍ବାର ଜେରାକୁ ନେଇ ତାତିଲେ ସୁର

author img

By

Published : Jun 16, 2022, 7:18 PM IST

Updated : Jun 16, 2022, 9:29 PM IST

ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ରାହୁଲଙ୍କୁ ବାରମ୍ବାର ପଚରାଉଚୁରା ପାଇଁ ଡ଼କାଯାଉଛି । ଅନ୍ୟପଟେ ରାହୁଲଙ୍କୁ ବାରମ୍ବାର ଇଡିର ଜେରାକୁ ନେଇ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କେନ୍ଦ୍ର ସରକାର ରାହୁଲଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।

National Herald Case: ରାହୁଲଙ୍କୁ ଜେରା, ତାତିଲେ ସୁର

ଏନେଇ ସୁର କହିଛନ୍ତି ଯେ, " ଯେଉଁଭଳି ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ବ୍ୟବହାର କରାଯାଉଛି ତାର ପ୍ରତିବାଦ କରୁଛି କଂଗ୍ରେସ । ଆଗକୁ ଏ ପ୍ରତିବାଦ ଉଗ୍ର ହେବ । ଆବଶ୍ୟକ ପଡ଼ିଲେ କାହାକୁ ଛାଡ଼ିବେନି କଂଗ୍ରେସ କର୍ମୀ । ନିଆଁ ଜଳିବ । ଘରେ ପସିଯିବୁ" ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏହା ବି ପଢନ୍ତୁ- National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

ସୂଚନା ଥାଉକି, ଗତ ସୋମବାର ରାହୁଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତଦନ୍ତକାରୀ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିବାରୁ ତାଙ୍କୁ ବାରମ୍ବାର ପଚରାଉଚାର ପାଇଁ ଡକାଯାଉଛି। ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । ଯାହାକୁ ଦଳ ବିରୋଧ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 16, 2022, 9:29 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.