ETV Bharat / city

ଅଧିକ ସଂଗଠିତ ହେବ ବିଜେପି, ୨୦୨୪ ପାଇଁ ସଜବାଜ - ବିଜେପି କ୍ୟାମ୍ପରେ ଆତ୍ମ ସମୀକ୍ଷା ଆରମ୍ଭ

ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନରେ ପରାଜୟ ପରେ ବିଜେପି କ୍ୟାମ୍ପରେ ଆତ୍ମଚିନ୍ତନ କରାଯାଉଛି । ସଂଗଠନର ପୁନର୍ଗଠନ ପାଇଁ ମାନସ ମନ୍ଥନ ଚାଲିଛି । ଅଧିକ ପଢ଼ନ୍ତୁ

ଅଧିକ ସଂଗଠିତ ହେବ ବିଜେପି, ୨୦୨୪ ପାଇଁ ସଜବାଜ
ଅଧିକ ସଂଗଠିତ ହେବ ବିଜେପି, ୨୦୨୪ ପାଇଁ ସଜବାଜ
author img

By

Published : Apr 10, 2022, 10:56 PM IST

ଭୁବନେଶ୍ବର: ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନରେ ପରାଜୟ ପରେ ବିଜେପି କ୍ୟାମ୍ପରେ ଆତ୍ମଚିନ୍ତନ କରାଯାଉଛି । ସଂଗଠନର ପୁନର୍ଗଠନ ପାଇଁ ମାନସ ମନ୍ଥନ ଚାଲିଛି । କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାର ଦାୟିତ୍ବ ନେବେ । ଏହାପୂର୍ବରୁ ଓଡ଼ିଶା ବିଜେପିର ସାଂଗଠନିକ ଘର ସଜଡ଼ା ଆରମ୍ଭ ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ପରାଜୟ ପାଇଁ ସମୀକ୍ଷା ଆରମ୍ଭ କରୁଛନ୍ତି ଦଳୀୟ ଶୀର୍ଷ ନେତୃତ୍ୱ ।

ଅଧିକ ସଂଗଠିତ ହେବ ବିଜେପି, ୨୦୨୪ ପାଇଁ ସଜବାଜ

କାହିଁକି ପରାଜୟ ବରଣ କଲା ଦଳ ? ଆଗକୁ 2024 ରେ ସାଧାରଣ ନିର୍ବାଚନ ଆସୁଥିବାରୁ କିଭଳି ସଂଗଠନକୁ ସୁଦୃଢ଼ କରି ଦଳ ରାଜ୍ୟରେ ରେ କ୍ଷମତା ହାତେଇବ ସେନେଇ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ କିଛି ଦିନ ପୂର୍ବରୁ ଭେଟିଛନ୍ତି ଦଳର ଶୀର୍ଷ ନେତା । କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ହିତାଧିକାରୀଙ୍କ ସହ ଯୋଗାଯୋଗ ରଖିବାକୁ କେନ୍ଦ୍ରୀୟ ନେତୃତ୍ୱ ପରାମର୍ଶ ଦେଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଦଳୀୟ ସାଂସଦ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ମଧ୍ୟ ଦଳୀୟ ସାଂସଦ ଓ ନେତାଙ୍କୁ ଟିପ୍‌ସ୍‌ ଦେଇଛନ୍ତି ।

ଏଭଳି ସ୍ଥିତିରେ ରାଜ୍ୟରେ ଦଳୀୟ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଗକୁ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇପାରେ । ଏହାକୁ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଗାମୀ ଦିନରେ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯିବ ବୋଲି କହିଛନ୍ତି ବିଜେପି ନେତା ।

ସେପଟେ ସମାନ କଥା ଦୋହରାଇଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ମାର୍ଗଦର୍ଶନରେ ରାଜ୍ୟ ନେତାଙ୍କୁ ଦାୟିତ୍ୱ ଦିଆଯିବ । ସଂଗଠନକୁ ସୁଦୃଢ କରାଯିବ । ବୁଥ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ ବିଜେପି । ଯଦିଓ ଭୋଟ ସଂଖ୍ୟା କମିନି କିନ୍ତୁ ଆଶାନୁରୂପକ ପ୍ରଦର୍ଶନ କରି ପାରିଲୁ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.