ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିବା ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏହାକୁ ନେଇ ହୁଲସ୍ତୁଲ ସାରା ରାଜ୍ୟ । ତେଣୁ ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ସଚିବ ।
ଏନେଇ ସବୁ ଡିଇଓମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି କରିଛନ୍ତି । ଏନେଇ ସବୁ ଡିଇଓ ମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ୪୩ ହଜାର ୪୮୯ ପିଲା ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ନଦେବା ଚିନ୍ତାର ବିଷୟ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ