ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତ ରାଜଧାନୀ

author img

By

Published : Feb 5, 2021, 7:58 PM IST

Updated : Feb 5, 2021, 8:12 PM IST

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତ ରାଜଧାନୀ
ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତ ରାଜଧାନୀ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଗୃହ, ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ବ ବିଭାର ସମ୍ମୁଖ ଯୋଦ୍ଧା ମାନଙ୍କୁ ଟୀକାକରଣରେ ସାମିଲ କରାଯିବ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ରରେ ଦିଆଯିବ କୋରୋନା ଟିକା । ଏହାସହ ହସ୍ପିଟାଲ କାର୍ଯ୍ୟ ମଧ୍ୟ ଜାରି ରହିବ ।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ୧୫ ହଜାରରୁ ୨୦ ହଜାର ନାମ ପଞ୍ଜିକରଣ ହୋଇଛି । ସେଥିମଧ୍ୟରୁ ପୋଲିସ ବିଭାଗର ସର୍ବାଧିକ ୧୧ ହଜାର ପଞ୍ଜିକୃତ ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୋଲିସ ପାଇଁ ୭ ଟି ସେସନରେ କରାଯିବ ଟୀକାକରଣ ଏବଂ ବିଏମସି ଓ ରେଭେନ୍ୟୁ ବିଭାଗର ୪ ଟି ସେସନରେ କରାଯିବ ଟୀକାକରଣ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛୁ ବୋଲି କହିଛନ୍ତି କମିଶନର । ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରତିଶତ ଲୋକ କରୋନା ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 5, 2021, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.