ETV Bharat / city

ଆମ ପାଠାଗାର ଅଭିଯାନର ଦ୍ବିତୀୟ ପାଠାଗାର ପ୍ରତିଷ୍ଠା

author img

By

Published : Feb 19, 2021, 10:54 PM IST

ବହି ନୁହେଁ ବନ୍ଧୁଟିଏର ବାର୍ତ୍ତା ନେଇ ଭୁବନେଶ୍ବର "ଆଶ୍ରୟ" ରେ ସ୍ଥାପିତ ହେଲା "ଆମ ପାଠାଗାର" ଅଭିଯାନର ଦ୍ବିତୀୟ ପାଠାଗାର । ଅଧିକ ପଢନ୍ତୁ...

ମୋ ପାଠାଗାର ଅଭିଯାନର ଦ୍ବିତୀୟ ପାଠାଗାର ପ୍ରତିଷ୍ଠା

ଭୁବନେଶ୍ବର: ବହି ନୁହେଁ ବନ୍ଧୁଟିଏର ବାର୍ତ୍ତା ନେଇ "ଆଶ୍ରୟ" ରେ ସ୍ଥାପିତ ହେଲା "ଆମ ପାଠାଗାର" ଅଭିଯାନର ଦ୍ବିତୀୟ ପାଠାଗାର । ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହା ଏକ ଅନନ୍ୟ ଅଭିଯାନ । ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିଭୁତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହାସହ ପ୍ରଖ୍ୟାତ ଲେଖକ ଶ୍ରୀ ଦାଶ ବେନହୁର, ଲେଖକ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଗୀତିକାର ତଥା ଲେଖକ ବିଜୟ ମଲ୍ଲ, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଟାଇମ୍ ପାସ୍ ପ୍ରକାଶକ ସରୋଜ ବଳ ଏବଂ ବର୍ଷା ପ୍ରିୟଦର୍ଶନୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିତ୍ବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଓଡିଶାରେ ବିଭିନ୍ନ ସୁବିଧାରୁ ବଞ୍ଚିତ ଶିଶୁଙ୍କ ପୁନର୍ବାସ ସମ୍ପର୍କିତ ସେବା କାର୍ଯ୍ୟ କରିବା ସହ ଭୁବନେଶ୍ବରର ଡମଣାରେ ଏକ ବସ୍ତିର 'ମଧୁଶାଳା'କୁ "ପାଠଶାଳା"ରେ ପରିଣତ କରିବା ପାଇଁ ସମାଜସେବୀ ରତ୍ନାକର ସାହୁଙ୍କ ମହତ ପଦକ୍ଷେପଙ୍କୁ ସମସ୍ତଙ୍କ ପ୍ରଶଂସା କରିଥିଲେ । ଦାଶିଆ ଅଜା ଭାବରେ ଜଣାଶୁଣା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ ଓଡ଼ିଶାର ପାଠାଗାର ଆନ୍ଦୋଳନର ଅଗ୍ରଣୀ ସଂଗ୍ରାମୀ ଥିଲେ । ନିଜ ପେଢିରେ ଥିବା ମାତ୍ର ୪ଟି ପୁସ୍ତକରୁ ଆରମ୍ଭ କରି ସେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ବର୍ତ୍ତମାନ 1.5 ଲକ୍ଷରୁ ଅଧିକ ପୁସ୍ତକ, ପତ୍ରିକା, ଖଜୁରୀ ପତ୍ର ପାଣ୍ଡୁଲିପି, ଛବି ଏବଂ ଅନ୍ୟାନ୍ୟ ଅନୁସନ୍ଧାନମୂଳକ ପୁସ୍ତକ ଓ ସାମଗ୍ରୀ ରହିଛି । ଦାସିଆ ଅଜାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.