ETV Bharat / city

Panchayat Polls: ମୈଦାନରେ ମୋଟ 3407 ZP ପ୍ରାର୍ଥୀ - ଓଡିଶା ପଞ୍ଚାୟତ ନିର୍ବାଚନ ଖବର

ପଞ୍ଚାୟତ ନିର୍ବାଚନ ନେଇ ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ଆଜି ରାଜ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି କରିଛନ୍ତି । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Jan 27, 2022, 9:22 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ଆଜି ରାଜ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି କରିଛନ୍ତି ।

ଶାସକ ବିଜେଡି ଦଳରୁ ମୋଟ ୮୫୧ ଜଣ ପ୍ରାର୍ଥୀ ଥିବାବେଳେ ବିଜେପି ପକ୍ଷରୁ ୮୪୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏହାସହ କଂଗ୍ରେସ ଦଳରୁ ୮୩୬ ଜୋନରେ ଦଳୀୟ ପ୍ରାର୍ଥୀ ଅଛନ୍ତି ।

ବହୁଜନ ସମାଜ ବାଦୀ ପାର୍ଟି(ବିଏସପି) ରୁ ୧୫୯ ସିପିଆଇ ରୁ ୩୮ , ସିପିଆଇ(ଏମ) ରୁ ୭୧ ଜଣ ଓ ଆମ ଆଦମୀ ପାର୍ଟିରୁ ୩୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ।

ଏହାବାଦ ମୋଟ ଜିଲ୍ଲା ପରିଷଦ ଜୋନରୁ ୨୯୮ ଜଣ ସ୍ବାଧୀନ ପ୍ରାର୍ଥୀ ବି ନିର୍ବାଚନ ଲଢ଼ୁଛନ୍ତି। ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୪୦୭ ଜଣ ପ୍ରାର୍ଥୀ ଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.