ETV Bharat / city

ଦଶମ ଶ୍ରେଣୀ ଛାତ୍ର ମୃତ୍ୟକୁ ନେଇ ସସପେନ୍ସ, ୪ ଘଣ୍ଟା ଧରି ସାଇଣ୍ଟିଫିକ୍ ଟିମର ଛାନଭିନ

ଚନ୍ଦ୍ରଶେଖରପୁର‌ ଥାନା‌ ପଣ୍ଡା ପାର୍କର ନିଖୋଜ ଛାତ୍ରର ମୃତଦେହ ମିଳିବା ପରେ ପୋଲିସର ଛାନଭିନ ଜାରି । ଚନ୍ଦକା ଜଙ୍ଗଲ ପାଖ ଡ୍ରେନରୁ ମୃତଦେହ ମିଳିଥିବା ସ୍ଥାନରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ଅଧିକ ପଢନ୍ତୁ

ଦଶମ ଶ୍ରେଣୀ ଛାତ୍ର ମୃତ୍ୟକୁ ନେଇ ସସପେନସ୍, ୪ ଘଣ୍ଟା ଧରି ସାଇଣ୍ଟଫିକ୍ ଟିମର ଛାନଭିନ

author img

By

Published : Jun 17, 2022, 9:43 PM IST

ଭୁବନେଶ୍ବର: ଚନ୍ଦ୍ରଶେଖରପୁର‌ ଥାନା‌ ପଣ୍ଡା ପାର୍କର ନିଖୋଜ ଛାତ୍ରର ମୃତଦେହ ମିଳିବା ପରେ ପୋଲିସର ଛାନଭିନ ଜାରି । ଚନ୍ଦକା ଜଙ୍ଗଲ ପାଖ ଡ୍ରେନରୁ ମୃତଦେହ ମିଳିଥିବା ସ୍ଥାନରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ କିପରି ସେଠାକୁ ଆସିଲା ? ମୃତଦେହକୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ନା ଦୁର୍ଘଟଣା ବଶତଃ କୋଣସି ଘଟଣା ଘଟିଛି, ସେନେଇ ପୋଲିସ ସାଇଣ୍ଟଫିକ ଟିମ ପହଞ୍ଚି ଘଟଣା ସ୍ଥଳର ନମୁନା ସଂଗ୍ରହ କରିଛନ୍ତି । ଏପରିକି ମୃତଦେହକୁ ବନ୍ଧାଯାଇଥିବା ଚାଦରକୁ ନେଇ ଛାନଭିନ କରିଛି ପୋଲିସ । ଯେହେତୁ ମୃତଦେହଟି ପଚିସଢି ଯାଇଛି ସେନେଇ ପୋଲିସକୁ ପ୍ରମାଣ ଯୋଗାଡ କରିବାକୁ ତଦନ୍ତ ଚଳାଇଛି ।

ଦଶମ ଶ୍ରେଣୀ ଛାତ୍ର ମୃତ୍ୟକୁ ନେଇ ସସପେନସ୍, ୪ ଘଣ୍ଟା ଧରି ସାଇଣ୍ଟିଫିକ୍ ଟିମର ଛାନଭିନ

ସେପଟେ ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ବାଢିଛନ୍ତି । ତାକୁ ହତ୍ୟା କରି ଚାଦରରେ ବାନ୍ଧି ଫୋପାଡି ଦିଆଯାଇଛି । ଅର୍ଥାତ କେହି ଲୁଚାଇବାକୁ ଏପରି କରିଥିବା କହିଛନ୍ତି ମୃତ ବାଳକଙ୍କ ମା’ ଗଗନା ନାୟକ । ତେବେ ପଡୋଶୀ ଝିଅ ଦେଖାଚାହାଁକୁ ନେଇ ଏପରି ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ମୃତ ଦୈତରାଜଙ୍କ ବାପାଙ୍କ ସହ ଝଗଡା ହୋଇଥିଲା । ତେବେ ବାପାଙ୍କ ସହ ଥିବା ରାଗକୁ ସୁଝାଇବାକୁ ଏପରି କରିଥାଇପାରନ୍ତି ବୋଲି ପରିବାର ସନ୍ଦେହ କରିଛନ୍ତି । ସନ୍ଦେହ ଭିତରେ ରହିଛି ଦୈତରାଜର ମୋବାଇଲ । ଯେହେତୁ ତା’ ମୋବାଇଲ ସେହି ପଣ୍ଡାପାର୍କ ବସ୍ତିର ଜଣେ ପିଲା (ହାପି) ଆଣି ଘର ସାମ୍ନାରେ ଥୋଇଥିଲା । ଅର୍ଥାତ, ମୃତ୍ୟୁ ପରେ ଯେପରି କେହି ନଜାଣିପାରିବେ ସେନେଇ ହୁଏତ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରିଛନ୍ତି ।

ତେବେ ରଜ ପାଇଁ ପୁଅ ଅନଲାଇନରେ ଜୋତା ଅର୍ଡର କରିଥିଲା, ହେଲେ ଜୋତା ପିନ୍ଧିବା ପୂର୍ବରୁ ପୁଅ ଗତ ୧୩ ତାରିଖରେ ନିଖୋଜ ହୋଇଗଲା । ପୁଅ କିଣିଥିବା ଜୋତାକୁ ଧରି କାନ୍ଦି କାନ୍ଦି ନ୍ୟାୟ ପଇଁ ଅପେକ୍ଷା କରିଛନ୍ତି ମା’ । ଏନେଇ ପୋଲିସ ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ । ‌‌କିନ୍ତୁ, ମୋବାଇଲ କଲ ଡିଟେଲ ଯାଞ୍ଚ କରାଯାଉଛି । ଦୈତରାଜ ମୋବାଇଲରୁ କାହାକୁ କାହାକୁ କଲ ଯାଇଥିଲା ? ଯେଉଁ ଲୋକେସନରେ ଥିଲା ସେହି ପାଖାପାଖି ଆଉ କିଏ ଥିଲେ, ସେନେଇ ପୋଲିସ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.