ETV Bharat / city

ଦୀପାବଳି ପରେ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା !

ଦୀପାବଳି ପରେ ସ୍କୁଲ ଯାଇପାରନ୍ତି ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ସ୍କୁଲ ଖୋଲିବା ନେଇ ବିଚାର ବିମର୍ଷ କରୁଛି ଗଣଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

ଦୀପାବଳି ପରେ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା !
ଦୀପାବଳି ପରେ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା !
author img

By

Published : Oct 31, 2021, 1:19 PM IST

ଭୁବନେଶ୍ବର: ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଯାଇପାରନ୍ତି ପ୍ରଥମରୁ ସପ୍ତମ ପିଲା । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରଥମରୁ ସପ୍ତମ ଶ୍ରେଣୀ ଅଫଲାଇନ କ୍ଲାସ କରିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି କହିଛନ୍ତ ବିଭାଗୀୟ ମନ୍ତ୍ରୀ ।

ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବ । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀଗୁଡିକ ମଧ୍ୟ ଖୁବଶୀଘ୍ର ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସୂଚନା ଅନୁଯାୟୀ, ରାଜ୍ୟରେ କୋରୋନା ପାଇଁ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ମାତ୍ରାରେ ହ୍ରାସ ଆସିଥିବା ଯୋଗୁଁ ଧୀରେ ଧୀରେ ସ୍କୁଲ କଲେଜ ଖୋଲିବାରେ ଲାଗଛି । ପୂର୍ବରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ସହ ଯୁକ୍ତ ଦୁଇ କ୍ଳାସ ଖୋଲାଯାଇଥିବା ବେଳେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଏବେ ବିଚାରବିମର୍ଷ ଚାଲିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.