ଭୁବନେଶ୍ବର: ଆସନ୍ତା 16 ଓ 30 ତାରିଖରେ ଛୁଟି ରହିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବୁଧ ପୂର୍ଣ୍ଣିମା ଓ ସାବିତ୍ରୀ ପାଇଁ ଗଣଶିକ୍ଷା ବିଭାଗର ଛୁଟି ଘୋଷଣା । ଓଡ଼ିଆ କ୍ୟାଲଣ୍ଡରରେ ସରକାରୀ ଛୁଟି ଭାବରେ ବୁଧ ପୂର୍ଣ୍ଣିମା ଏବଂ ସାବିତ୍ରୀ ରହିଥିବା ବେଳେ ଏହା ପାଠପଢା କ୍ୟାଲେଣ୍ଡରରେ ବା ବିଦ୍ୟାଳୟ ପାଇଁ ଛୁଟି ନଥିଲା ।
ମାତ୍ର ଚଳିତ ବର୍ଷ ଯେହେତୁ ଖରା ଛୁଟି ସମୟରେ ପିଲାମାନେ କ୍ଳାସ କରୁଛନ୍ତି । ଦୁଇ ବର୍ଷର ଶିକ୍ଷା କ୍ଷେତ୍ରର ପାଠ୍ୟକ୍ରମକୁ ଏହି ସମୟ ମଧ୍ୟରେ କଭର କରାଯିବାକୁ ଲକ୍ଷ୍ୟ ରହିଛି । ଏହି ୨ ଦିନ ସରକାରୀ ଛୁଟିଥିବାରୁ ସ୍କୁଲ ବନ୍ଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ