ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ମହାନତା । ନିଜ ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିବାକୁ ଯିବା ବାଟରେ ଜଣେ ବ୍ୟକ୍ତି ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଯନ୍ତ୍ରଣା ପାଉଥିଲେ। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଟକି ଆହତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।
କେବଳ ସେତିକି ନୁହେଁ ସମ୍ପୃକ୍ତ ଆହତଙ୍କୁ ହସ୍ପିଟାଲ ନେବାର ମଧ୍ୟ ସେ ବନ୍ଦୋବସ୍ତ କରିଥିଲେ। ଏପରିକି ନିଜ ଗାଡ଼ିରେ ବସାଇ ହସ୍ପିଟାଲ ମଧ୍ୟ ନେଇଥିଲେ । ତେବେ ଆହତ ଜଣଙ୍କ ପୁରୀ ଜିଲ୍ଲା ସାତସଙ୍ଖର ମନୋରଞ୍ଜନ ମଲିକ ହୋଇଥିବା ଜଣା ପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ