ETV Bharat / city

ଜଗା ବଳିଆଙ୍କ ଚିକିତ୍ସା କରିବାକୁ ମନାକଲା ଭୁବନେଶ୍ୱର ଏମସ - ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଦିଲ୍ଲୀ ଏମସରେ ଚିକିତ୍ସିତ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ପାଇଁ ମନା କଲା ଭୁବନେଶ୍ବର ଏମସ । ଜଗା ବଳିଆଙ୍କୁ କଟକ ଏସସିବିରେ ଚିକିତ୍ସା କରାଯିବ ବୋଲି କହିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 2, 2019, 9:11 PM IST

କଟକ: ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବେ ଜଗା ବଳିଆ । ଉଭୟଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମସ ମନା କରିଦେଇଛି । ତେଣୁ ରାଜ୍ୟ ସରକାର ଜଗା-ବଳିଆଙ୍କ ଚିକିତ୍ସା ଏସସିସିବିରେ କରାଇବା ପାଇଁ ସ୍ଥିର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଫେରିବା ଓଡ଼ିଶା ପରେ ଏସିସିବିର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସିତ ହେବେ । ସେମାନେ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ । ଦିଲ୍ଲୀ ଏମସରେ ଦୀର୍ଘ ୨ ବର୍ଷ ଧରି ଭର୍ତ୍ତି ଥିବା ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନ୍ତାନ୍ତର କରିବା ପାଇଁ ଯୋଜନା ଥିଲା ।

ଦିଲ୍ଲୀ ଏମସ ପକ୍ଷରୁ ଭୁବନେଶ୍ୱର ଏମସରେ ଚିକିତ୍ସା ପାଇଁ କୁହାଯାଇଥିଲା, କିନ୍ତୁ ଭୁବନେଶ୍ୱର ଏମସ ଚିକିତ୍ସା କରିବାକୁ ମନା କରିଦେଇଥିବା କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ । ଏଥିପାଇଁ ଜଗାବଳିଆଙ୍କ କଟକ ଏସିବି ମେଡିକାଲରେ ଚିକିତ୍ସା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଦୀଲ୍ଲୀରୁ ଅଣାଯିବା ସହ ଏସସିବିରେ ଭଲ ଚିକିତ୍ସା ହୋଇପାରିବ ବୋଲି ଦୃଢତାର ସହ କହିଛନ୍ତି ମନ୍ତ୍ରୀ ନବ ଦାସ । ଏଥିପାଇଁ ଏସସିବି ଡାକ୍ତରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା କହିଛନ୍ତି ଦାସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କଟକର ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବେ ଜଗାବଳିଆ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଫେରିବା ଓଡ଼ିଶା ପରେ ଏସିସିବିର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସିତ ହେବେ । ସେମାନେ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ । ଦିଲ୍ଲୀ ଏମ୍ସରେ ଦୀର୍ଘ ୨ ବର୍ଷ ଧରି ଦିଲ୍ଲୀ ଏମସ୍‌ରେ ଭର୍ତ୍ତି ହେବା ପରେ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନ୍ତାନ୍ତର କରିବା ପାଇଁ ଯୋଜନା ଥିଲା

Body:ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାସ୍ଥ୍ୟ ବିଭାଗ ଜଗାବଳିଆଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆମିବ ।ଜଗା ବଳିଆଙ୍କ ଚିକିତ୍ସା ପାଇଁ ଓଡ଼ିଶାରେସମ୍ଭବ ନଥିଲା ।ତେଣୁ ତାଙ୍କୁ ଦିଲ୍ଲୀ ଏମସ ପଠାଯାଇଥିଲା । ଏବେ ଦିଲ୍ଲୀ ଏମସ ପକ୍ଷରୁ ଭୁବନେଶ୍ୱର ଏମସ୍ସ ରେ ଚିକିତ୍ସା ପାଇଁ କହିଥିଲେ ।କିନ୍ତୁ ଏମନ୍ସ ଭୁବନେଶ୍ୱର ଚିକିତ୍ସା କରିବା କୁ ମନା କରିଦେଇଥିବା କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।ଯେହେତୁ ଏମନ୍ସ ଭୁବନେଶ୍ୱର ମନା କରିଥିବା ରୁ ଜଗାବଳିଆଙ୍କ ଟେଷ୍ଟ କଟକ ଏସିବି ମେଡିକାଲ ରେ ଚିକିତ୍ସା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଖୁବଶୀଘ୍ର ସେମାନଙ୍କୁ ଦୀଲ୍ଲୀ ରୁ ଅଣାଯିବ ବୋଲି ସେ କହିଛନ୍ତି ।ଏସସିବି ରେ ଭଲ ଚିକିତ୍ସା ହୋଇପାରିବ ବୋଲି ଦୃଢତା ର ସହ କହିଛନ୍ତି ମନ୍ତ୍ରୀ ନବ ଦାସ ।

Conclusion:ଉଭୟଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ମନା କରିଦେଇଛି । ତେଣୁ ରାଜ୍ୟ ସରକାର ଜଗା-ବଳିଆଙ୍କ ଚିକିତ୍ସା ଏସସିସିବିରେ କରାଇବା ପାଇଁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ଏସସିବି ଡାକ୍ତରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.