ETV Bharat / city

ଆସନ୍ତାକାଲି କଂଗ୍ରେସ ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ - congress foundation day

ଆସନ୍ତାକାଲି (ଶନିବାର) କଂଗ୍ରେସର 134 ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

congress foundation day
ଆସନ୍ତାକାଲି କଂଗ୍ରେସର ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ
author img

By

Published : Dec 27, 2019, 10:10 PM IST

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ଜୋଶ ନେଇ ଆସୁଛି କଂଗ୍ରେସ । ସାଧାରଣ ନିର୍ବାଚନର ବିପର୍ଯ୍ୟୟ ଭୁଲି ଉଠିବ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ । ପୌର ନିର୍ବାଚନ ପାଇଁ ସବୁ ଅଞ୍ଚଳ ବୁଲି ସଂଗଠନ ସଜାଡିବେ ଟିମ୍‌ ନିରଞ୍ଜନ । ଏମିତି ଅନେକ କିଛି ଖସଡା ପ୍ରସ୍ତୁତ କରିଛି ଦଳ ।

ଆସନ୍ତାକାଲି କଂଗ୍ରେସର ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ

ଆସନ୍ତାକାଲି (ଶନିବାର) ଦଳର 134 ତମ ପ୍ରତିଷ୍ଠା ଦିବସ । ଆଉ କାଲି ହିଁ ଏସବୁର ମୂଳଦୁଆ ପଡିବ । ତେବେ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାପରେ ସମସ୍ତେ ଏକତ୍ରିତ ହୋଇ ରାଜଭବନ ଅଭିମୁଖେ ଏକ ବିଶାଳ ରାଲିରେ ଯିବେ । ଦେଶବ୍ୟାପୀ ଦଳ ଆରମ୍ଭ କରିଥିବା ଭାରତ ବଞ୍ଚାଓ ଆନ୍ଦୋଳନରେ ସାମିଲ ହେବେ ଶତାଧିକ ନେତା ଓ କର୍ମୀ । ରାଜ୍ୟପାଳଙ୍କୁ ଭେଟି ଅର୍ଥନୈତିକ ସ୍ଥିତି, ନାଗରିକତା ସଂଶୋଧନ ଆଇନ ସମେତ କେନ୍ଦ୍ର ସରକାରଙ୍କ ବିଫଳତାର ଫର୍ଦ୍ଦ ଥୋଇବ ଦଳ । ବାସ ତାପରଠୁ ଦଳ ପୁରା ଦମରେ ଲାଗିବ ବୋଲି କୁହାଯାଇଛି ।

କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଜନମତ ସୃଷ୍ଟି କରିବା ସହିତ ସମାନ୍ତରାଳ ଭାବରେ ନିଜ ସଙ୍ଗଠନକୁ ଛିଡା କରିବ । ଏହାପରେ ଜାନୁଆରୀ ପ୍ରଥମ ସପ୍ତାହରେ ଦଳ ସବୁ କମିଟି ଘୋଷଣା କରିବ । କମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଦଳ ସମାବେଶ କରିବ। ସହ ଶୋଇ ପଡିଥିବା କର୍ମୀଙ୍କୁ ଉଠାଇବ ଆଉ ନୂଆ ଯୁବକଙ୍କୁ ଆଣି ଦଳକୁ ଚଳଚଞ୍ଚଳ କରିବ । ଏମିତି କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Intro:ନୂଆବର୍ଷରେ ନୂଆ ଜୋଶ ନେଇ ଆସୁଛି କଂଗ୍ରେସ। ସାଧାରଣ ନିର୍ବାଚନର ବିପର୍ଯ୍ୟୟ ଭୁଲି ଉଠିବ କଂଗ୍ରେସ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ। ପୌର ନିର୍ବାଚନ ପାଇଁ ସବୁ ଅଞ୍ଚଳ ବୁଲି ସଂଗଠନ ସଜାଡ଼ିବେ ଟିମ ନୁରଞ୍ଜନ। ଏମିତି ଅନର୍କ କିଛି ଖସଡ଼ା ପ୍ରସ୍ତୁତ କରିଛି ଦଳ। ଆସନ୍ତାକାଲି ଦଳର 134 ତମ ପ୍ରତିଷ୍ଠା ଦିବସ। ସେହିଦିନ ହିଁ ଏସବୁର ମୂଳଦୁଆ ପଡିବ। ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିବେ ପିସିସି ସଭାପତି। ଏହାପରେ ସମସ୍ତେ ଏକତ୍ରିତ ହୋଇ ରାଜଭବନ ଅଭିମୁଖେ ଏକ ବିଶାଳ ରାଳିରେ ଯିବେ। ଦେଶବ୍ୟାପୀ ଦଳ ଆରମ୍ଭ କରିଥିବା ଭାରତ ବଞ୍ଚାଓ ଆନ୍ଦୋଳନରେ ସମିଲଭେବେ ଶତାଧିକ ନେତା ଓ କର୍ମୀ। ରାଜ୍ୟପାଳଙ୍କୁ ଭେଟି ଅର୍ଥନୈତିକ ସ୍ଥିତି, ନାଗରିକତା ସଂଶୋଧନ ଆଇନ ସମେତ କେନ୍ଦ୍ର ସରକାରଙ୍କ ବିଫଳତା ର ଫର୍ଦ୍ଦ ଥୋଇବ।ବାସ ତାପରଠୁ ଦଳ ପୁରା ଦମରେ ଲାଗିବ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଜନମତ ସୃଷ୍ଟି କରିବା ସହିତ ସମାନ୍ତରାଳ ଭାବରେ ନିଜ ସଙ୍ଗଠନକୁ ଛିଡା କରିବ।
ଏହାପରେ ଜାନୁୟାରୀ ପ୍ରଥମ ସପ୍ତାହରେ ଦଳ ସବୁ କମିଟି ଘୋଷଣା କରିବ। କମିଟି କୁ ଦାୟିତ୍ଵ ହସ୍ତାନ୍ତର କରାଯିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଦଳ ସମାବେଶ କରିବ। ଶୋଇ ପଡିଥିବା କର୍ମୀଙ୍କୁ ଉଠାଇବ ଆଉ ନୂଆ ଯୁବକଙ୍କୁ ଆଣି ଦଳକୁ ଚଳଚଂଚଳ କରିବ। ଏମିଟି କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଟିଛି ରାଜ୍ୟ କଂଗ୍ରେସ।

Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ସୁର ରାଉତରାୟ, କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.