ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଭେଟିଛନ୍ତି ବିଶାଖାପାଟଣା ଶ୍ରୀ ଶାରଦା ପୀଠର ସାଧୁସନ୍ଥ। ଆସନ୍ତା 30ରୁ 3 ତାରିଖ ଯାଏଁ ଶ୍ରୀ ଶାରଦା ପୀଠମ୍ ରଜ ଆଶ୍ରମରେ ବାର୍ଷିକ ସମାରୋହ ହେବାକୁ ଯାଉଛି। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ ବୋଲି ଜଣାପଡିଛି।
ଏହି ଅବସରରେ ମଠର ବାର୍ଷିକୋତ୍ସବର ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲୁ ବୋଲି କହିଛନ୍ତି ପୀଠର ସାଧୁ ସ୍ଵତମାନେନ୍ଦ୍ର ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ