ETV Bharat / city

ସୂଚନା ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଜୟ କୁମାର ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ସୂଚନା ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ
ସୂଚନା ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ
author img

By

Published : Jun 20, 2022, 7:47 PM IST

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି (ସୋମବାର) ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଜୟ କୁମାର ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ ଜଣାଇଛନ୍ତି ।

ଦାୟିତ୍ଵ ନେଲେ ସଂଜୟ କୁମାର ସିଂ
ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

ଦାୟିତ୍ଵ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ସୁଚାରୁ ରୂପେ ଅନୁଷ୍ଠିତ ହେବ । ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ ଟିଭି ଚ୍ୟାନେଲ୍‌ ଗୁଡ଼ିକ ଦ୍ବାରା ରଥଯାତ୍ରାର ସିଧାପ୍ରସାରଣ ପୂର୍ବକ ସାରା ଦେଶର ଭକ୍ତମାନଙ୍କୁ ରଥଯାତ୍ରା ସଂପର୍କରେ ଅବଗତ କରାଇବେ । ସେ ବାବଦରେ ପ୍ରମୁଖ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି । ନିର୍ଦ୍ଦେଶକ ରଥଯାତ୍ରା ଅବସରରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.