ETV Bharat / city

ରାଜ୍ୟପାଳଙ୍କୁ ଭେଟିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳ

ଢ଼ିଙ୍କିଆବାସୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳ । ଅଧିକ ପଢନ୍ତୁ

author img

By

Published : Jan 4, 2022, 10:30 PM IST

ରାଜ୍ୟପାଳଙ୍କୁ ଭେଟିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳ
ରାଜ୍ୟପାଳଙ୍କୁ ଭେଟିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳ

ଭୁବନେଶ୍ବର: ଢ଼ିଙ୍କିଆବାସୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳ । ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ପୋଲିସ ଅତ୍ୟାଚାର ସୀମା ଲଙ୍ଘନ କରିଥିବା ଅଭିଯୋଗ କରି ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛି l

ଅଭିଯୋଗ ଅନୁଯାୟୀ, ସମଗ୍ର ଗ୍ରାମକୁ ଘେରା ବନ୍ଦୀ କରି ଲୋକଙ୍କ ଉପରେ ଆକ୍ରମଣ କରୁଛି ପୋଲିସ । ବଳ ପ୍ରୟୋଗ କରି ପାନ ବରଜ ଦଖଲ, ରାତି ଅଧିଆ ଗିରଫଦାରୀ କରୁଛି । ମହିଳା, ବୃଦ୍ଧା, ବୃଦ୍ଧ କେହି ଏହି ଆକ୍ରମଣରୁ ବାଦ ପଡ଼ୁନାହାଁନ୍ତି । ଏପରିକି ଲୋକଙ୍କ ସାଧାରଣ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏହି ଅମାନବୀୟ ଘଟଣାର ପ୍ରତିବାଦ କରି ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡିଶା ଶାଖା ତରଫରୁ ଏକ ଚାରି ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି ।

ଲୋକଙ୍କର ଜୀବନ, ଜୀବିକା, ଭିଟାମାଟି ଏବଂ ମାନବିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି l ଲୋକଙ୍କର ବିରୋଧ ସାଙ୍ଗକୁ ନିରନ୍ତର କୃଷି ଅର୍ଥନୀତିକୁ ସର୍ବନାଶ କରି କର୍ପୋରେଟର ଲାଭ ଏବଂ ଲୋଭ ପାଇଁ ହୋଇଥିବା ଯୋଜନାରୁ ସରକାର ଓହରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି । ସରକାର ଲୋକଙ୍କ ସହିତ ଆଲୋଚନା କରିବା ପାଇଁ ନିବେଦନ କରାଯାଇଛି । ନିଜ ଦେଶ, ନିଜ ରାଜ୍ୟର ସାଧାରଣ ନାଗରିକମାନଙ୍କ ଉପରେ ପୋଲିସ ଅତ୍ୟାଚାର ବନ୍ଦ କରି ସ୍ଥାନୀୟ ଅଞ୍ଚଳରୁ ପ୍ରତିହାର ପାଇଁ ଦାବି କରାଯାଇଛି । ପୋସ୍କୋ ପାଇଁ ଅଧି ଗ୍ରହଣ ହୋଇଥିବା 2900 ଏକର ଜମିକୁ ଲୋକଙ୍କୁ ଫେରାଇ ଦେବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଦାନ କରିଥିବା ସ୍ମାରକ ପତ୍ରରେ ପ୍ରକାଶ କରିଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆସନ୍ତା 6 ଜାନୁୟାରୀରେ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରି ଆନ୍ଦୋଳନକାରୀ ଜନତା, ଜିଲ୍ଲାପାଳ ଏବଂ ଜିଲ୍ଲାର SP ଭେଟିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.