ETV Bharat / city

ନମୂନା ପରୀକ୍ଷା ଦିଗରେ ଓଡିଶାକୁ ସଫଳତା, ସମୁଦାୟ ପରୀକ୍ଷା ସଂଖ୍ୟା 50 ହଜାର ପାର - ଓଡିଶାକୁ ବଡ ସଫଳତା

ନମୂନା ପରୀକ୍ଷା ଦିଗରେ ଓଡିଶାକୁ ବଡ ସଫଳତା ମିଳିଛି। ପଜେଟିଭ ଚିହ୍ନଟ ପାଇଁ ଓଡିଶାରେ ଦିନକୁ 3 ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଅଧିକ ପଢନ୍ତୁ...

sample testing
ନମୂନା ପରୀକ୍ଷା ଦିଗରେ ଓଡିଶାକୁ ସଫଳତା, ସମୁଦାୟ ପରୀକ୍ଷା ସଂଖ୍ୟା 50 ହଜାର ପାର
author img

By

Published : May 7, 2020, 6:30 PM IST

ଭୁବନେଶ୍ବର: ନମୂନା ପରୀକ୍ଷା ଦିଗରେ ଓଡିଶାକୁ ବଡ ସଫଳତା ମିଳିଛି। ପଜେଟିଭ ଚିହ୍ନଟ ପାଇଁ ଓଡିଶାରେ ଦିନକୁ 3 ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଗତକାଲି ସୁଦ୍ଧା ରାଜ୍ୟରେ ସମୁଦାୟ ପରୀକ୍ଷା 50 ହଜାର 514 ଜଣଙ୍କ ପରୀକ୍ଷା କରାଯାଇଛି। ଯାହା ଏକ ସଫଳତା ବୋଲି ଆଜି କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତିରେ କହିଛନ୍ତି ଏନଏଚଏମ ଏମଡି ଶାଳୀନ ପଣ୍ଡିତ ।

ନମୂନା ପରୀକ୍ଷା ଦିଗରେ ଓଡିଶାକୁ ସଫଳତା, ସମୁଦାୟ ପରୀକ୍ଷା ସଂଖ୍ୟା 50 ହଜାର ପାର

ତେବେ ଗତ 3 ମାସରୁ କୋଭିଡ ପରୀକ୍ଷା କରାଯାଉଛି। ଅଧିକ ମାତ୍ରରେ ପରୀକ୍ଷା କିପରି ଭାବରେ ପରୀକ୍ଷା କରାଯିବ ସେନେଇ ମଧ୍ୟ ଗୁରୁତ୍ବ ଦିଆଯାଉଛି। 1 ମାସ ପୂର୍ବରୁ କୋଭିଡ ପରୀକ୍ଷା 250 ଟେଷ୍ଟ କରାଯାଉଥିବାବେଳେ 15 ଦିନ ତଳେ 1000 ଟେଷ୍ଟ କରାଯାଇଛି। ହେଲେ ଏବେ ଦିନକୁ ରାଜ୍ୟର 8ଟି ଲାବ୍‌ରେ 3000ରୁ ଅଧିକ ଟେଷ୍ଟ କରାଯାଉଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଭାରତରେ ଗତ 10 ଲକ୍ଷ ଜନସଂଖାରେ 983 ପରୀକ୍ଷା କରାଯାଉଥିବାବେଳେ ଓଡିଶାରେ 1155 ଟେଷ୍ଟ କରାଯାଉଛି। ବର୍ତ୍ତମାନ ସମୟରେ ରାଜ୍ୟରେ 8 ଟି ସ୍ଥାନରେ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଆଉ 3 ଟି ପରୀକ୍ଷାଗାର କରାଯିବ। ତେବେ ପରୀକ୍ଷାର ମୂଳ ଲକ୍ଷ୍ୟ ଅଧିକ କେସ୍‌ ଧରିବା । ଆମେ ଏତେ ସଂଖ୍ୟକ ପରୀକ୍ଷା କରିଥିବାରୁ 206କୁ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ ଦର୍ଶାଇଛନ୍ତି ।

ସେପଟେ ଆରଏମଆରସି ଭୁବନେଶ୍ବରରେ କୋଭିଡର ପ୍ରଥମ ପଜେଟିଭ ଟେଷ୍ଟ କରାଯାଇଥିଲା। ଆରଏମଆରସିରେ 7 ମାର୍ଚ୍ଚରୁ ଟେଷ୍ଟ ଆରମ୍ଭ ହୋଇଥିଲା। ରାଜ୍ୟରେ 8 ଟି ପରୀକ୍ଷାଗାରରେ ପରୀକ୍ଷା ସଂଖ୍ୟା 50 ହଜାର ଛୁଇଁଥିବାବେଳେ ଆରଏମଆରସିରେ କେବଳ 25 ହଜାର ଟେଷ୍ଟ ଅତିକ୍ରମ କରିଛି ଯାହା ଆରଏମଆରସି ପାଇଁ ଏକ ସଫଳତା ବୋଲି ଆରଏମଆରସିର ଅଧ୍ୟକ୍ଷା ସଂଘମିତ୍ରା ପତି କହିଛନ୍ତି ।

ତେବେ ଆରଏମଆରସିରେ 26318 ଟେଷ୍ଟ କରାଯାଇଥିବାବେଳେ ତିନି ଚତୁର୍ଥାଂଶ ପଜେଟିଭ ଚିହ୍ନଟ କରିବାରେ ସଫଳତା ହାସଲ କରିଛି। ଆରଏମଆରସିରେ ରହିଥିବା‌ ମେସିନ ମାଧ୍ୟମରେ ଏହା ସଫଳତା ମିଳିଛି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.