ETV Bharat / city

'ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଛୁଆ'

author img

By

Published : Jan 5, 2021, 7:30 PM IST

Updated : Jan 5, 2021, 7:45 PM IST

ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକ ପ୍ରମାଣିତ ହେବାପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଅଧିକ ପଢନ୍ତୁ....

'ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଛୁଆ'
'ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଛୁଆ'

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଯୁବକ ଜଣକ ନାବାଳକ ବୋଲି ପ୍ରମାଣିତ ହେବାପରେ ପ୍ରତିକ୍ରିୟା ରଖିଛି ବିଜେପି । ଏନେଇ ବିଜେପି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ପ୍ରବଳ ବର୍ଷିଛି । ଅରୁଣ ବୋଥ୍ରା ମିଛ କହୁଥିଲେ, ପରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବା ଏକ ସ୍କ୍ରିପ୍ଟେଡ ଡ୍ରାମା ଥିଲା ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

'ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଛୁଆ'

ତେବେ ପରୀ ମାମଲାକୁ ନେଇ ହାଇକୋର୍ଟରେ ଆଜି(ମଙ୍ଗଳବାର) ଏକ ଶୁଣାଣି କରାଯାଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକ ନାବାଳକ ବୋଲି ପ୍ରମାଣିତ ହୋଇଛନ୍ତି । ଏହାପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, "ପରୀ ଘଟଣାକୁ ଯେଉଁଭଳି ଭାବରେ ଏସଆଇଟି ମୁଖ୍ୟ ଦିଗହରା କରିଥିଲେ, ସେଥିରେ ଜନ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା । ମାନ୍ୟବର କୋର୍ଟଙ୍କ ଅର୍ଡର ପରେ ପ୍ରମାଣିତ ହେଲା ଅରୁଣ ବୋଥ୍ରା ମିଛୁଆ । ନ୍ୟାୟିକ ପ୍ରକ୍ରିୟାକୁ ପ୍ରତାରିତ କରି ତଥ୍ୟ ରଖିଥିଲେ ବୋଥ୍ରା । ବୋଥ୍ରା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାପାଇଁ ସ୍କ୍ରିପ୍ଟଟେଡ଼ ଡ୍ରାମା କରିଥିଲେ । ପକ୍ସୋ କୋର୍ଟ ଅଭିଯୁକ୍ତର ସାର୍ଟିଫିକେଟ ଯାଞ୍ଚ କରି ନିର୍ଦ୍ଦେଶ ଦେବାପରେ ମିଛୁଆ ପ୍ରମାଣିତ ହେଲେ ବୋଥ୍ରା ।"

ଏଥିସହ ରାଜ୍ୟ ସରକାର ଏସଆଇଟି ମୁଖ୍ୟଙ୍କୁ ତୁରନ୍ତ ବହିଷ୍କାର କରି ରାଜ୍ୟରେ 5 ହଜାର 503 ନିଖୋଜ ଶିଶୁଙ୍କ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 5, 2021, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.