ETV Bharat / city

‘ଆଗରେ ଅହିଂସା କଥା କହି ପଛରେ ହିଂସା ପଥରେ ଚାଲୁଛି ବିଜେଡି’

ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ହିଂସାକୁ ଆପଣାଇ ଗଣହତ୍ୟା କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।

author img

By

Published : Oct 18, 2019, 2:39 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଏପରିକି ୨ ଦିନ ତଳେ ସଂଘଟିତ ତରଣୀସେନ ମହଲାଙ୍କ ହତ୍ୟା ଘଟଣାରେ ଶାସକ ଦଳର ସଂପୃକ୍ତି ରହିଛି । ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ଉପସଭାପତି ପ୍ରକାଶ କରିଛନ୍ତି ।

ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ହିଂସାକୁ ଆପଣାଇ ଗଣହତ୍ୟା କରୁଛି । ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶରେ କର୍ମୀମାନେ ରାଜନୈତିକ ହିଂସା କରି ଭୋଟ ହାତେଇବା ପାଇଁ ଅପଚେଷ୍ଟା ଚଲାଇଛନ୍ତି । ମିଥ୍ୟା ବିଲ୍‌ ପାସ ନକରିବାରୁ ତରଣୀସେନ ହତ୍ୟାର ଶିକାର ହେଲେ । ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଉଠାଇଲେ ମୃତ୍ୟୁଦଣ୍ଡ ମିଳୁଛି ବୋଲି ସମୀର କହିଛନ୍ତି ।

ଯେଉଁ ହତ୍ୟାକାରୀ ମାନଙ୍କୁ ଏସପି କଣ୍ଟ୍ରାକ୍ଟର ବୋଲି ଗଣମାଧ୍ୟମରେ ପ୍ରକାଶ କଲେ ସେ କିଏ ? ସେ ବିଜୁଯୁବ ବାହିନୀର ସଦସ୍ୟ ନୁହଁନ୍ତି ତ ? ସେ ଯାହା ଘରେ ରାତିରେ ଥିଲେ ମେହେର୍ ଭାଇ ସେ କିଏ ? ସେମାନଙ୍କ ପରିଚୟ କଣ ଏକଥା ସ୍ପଷ୍ଟ ହେବା ଦରକାର ।

ସେ ଅଞ୍ଚଳରେ ରାଜ୍ୟ ସରକାର ସ୍ବଚ୍ଛ ଭାରତ ଯୋଜନା, ମହିଳାଙ୍କର ସଶକ୍ତିକରଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦେଇଥିଲେ ସେମାନେ ସ୍ୱଚ୍ଛ ଭାରତ ଯୋଜନାରେ କାମ କରିବା ପାଇଁ ପ୍ରାଧିକୃତ ହୋଇଥିଲେ ନା ନାହିଁ ? ଯଦି ଦେଇଥିଲେ ତେବେ ସେଠାରେ କଣ୍ଟ୍ରାକ୍ଟର କେଉଁଠୁ ଆସିଲେ ? ମୁଖ୍ୟମନ୍ତ୍ରୀ କଣ ଏଭଳି ବିଜେପୁରବାସୀଙ୍କର ଦାୟିତ୍ବ ନେଇଛନ୍ତି ? ଯେଉଁ ‘5T’ର ଡିଣ୍ଡିମ ପିଟାଯାଉଛି ଏଠି କେଉଁ ଟାନ୍ସପେରେନ୍ସି କାର୍ଯ୍ୟ କଲା ? କେଉଁ ଟେକ୍ନୋଲୋଜିର ବ୍ୟବହାର ହେଲା ଯାହା ଫଳରେ ତରଣୀଙ୍କୁ ହତ୍ୟା କରାଗଲା ବୋଲି ସମୀର ପ୍ରଶ୍ନ ଉଠାଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜେପୁରର ଦାୟିତ୍ବ ନେଇଥିଲେ । କିନ୍ତୁ କାହିଁକି ହିଞ୍ଜିଳି ନଛାଡି ବିଜେପୁର ଛାଡିଲେ ତାହାର ଜବାବ ବିଜେପୁରବାସୀ ମାଗିବା ଆରମ୍ଭ କଲେଣି । ତରଣୀସେନ୍ ମହଲାଙ୍କ ପରିବାରକୁ ବରଗଡର ସାଂସଦ ସୁରେଶ ପୂଜାରୀ ଯାଇ ଭେଟିଛନ୍ତି କିନ୍ତୁ ସରକାରୀ ଦଳରୁ କେହି ଯାଇନାହାଁନ୍ତି । ତାଙ୍କ ପରିବାର ଓ ଦୁଇଟି ଛୁଆ ଯେଉଁଭଳି ସ୍ଥିତିରେ ଆଜି ନିସହାୟ ହୋଇଯାଇଛନ୍ତି ସେଥିରେ କ'ଣ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ କି ? ରାଜ୍ୟ ସରକାର ସଚ୍ଚୋଟ କର୍ମଚାରୀଙ୍କୁ କେଉଁଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro: ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଏହା ପୂର୍ବରୁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି । ଶାସକ ବିଜେଡି ସେଠାରେ ହିଂସା ଭିଆଇ ଭୋଟ ହାତେଇବା ପାଇଁ ଯୋଜନା କରିଛି । ଗତ ୨ ଦିନ ତଳେ ସ୍ୱଚ୍ଛ ଭାରତ ମିଶନ ବିଜେପୁର ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଶାସକ ଦଳର ସଂପୃକ୍ତି ରହିଛି । ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ଆଜି ବିଜେପୁରରେ ହିଂସାକୁ ଆପଣାଇ ଗଣହତ୍ୟା କରୁଛି । ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶରେ କର୍ମୀମାନେ ରାଜନୈତିକ ହିଂସା କରି ଭୋଟ ହାତେଇବା ପାଇଁ ଅପଚେଷ୍ଟା ଚଲାଇଛନ୍ତି । ମିଥ୍ୟା ବିଲ୍କୁ ପାସ୍ ନକରିବାରୁ ତରଣୀସେନ ହତ୍ୟାର ଶିକାର ହେଲେ । ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଉଠାଇଲେ ମୃତ୍ୟୁଦଣ୍ଡ ମିଳୁଛି । ଯେଉଁ ହତ୍ୟାକାରୀ ମାନଙ୍କୁ ଏସ୍ପି କଂଟ୍ରାକ୍ଟର କହି ଗଣମାଧ୍ୟମରେ ପ୍ରକାଶ କଲେ ସେ କିଏ? ସେ ବିଜୁଯୁବ ବାହିନୀର ସଦସ୍ୟ ନୁହଁନ୍ତି ତ? ସେ ଯାହା ଘରେ ରାତିରେ ଥିଲେ ମେହେର୍ ଭାଇ ସେ କିଏ ? ସେମାନଙ୍କ ପରିଚୟ କଣ ଏକଥା ସ୍ପଷ୍ଟ ହେବା ଦରକାର । ସେ ଅଂଚଳରେ ରାଜ୍ୟ ସରକାର ସ୍ବଚ୍ଛ ଭାରତ ଯୋଜନା, ମହିଳାଙ୍କର ସଶକ୍ତିକରଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦେଇଥିଲେ ସେମାନେ ସ୍ୱଚ୍ଛ ଭାରତ ଯୋଜନାରେ କାମ କରିବା ପାଇଁ ପ୍ରାଧିକୃତ ହୋଇଥିଲେ ନା ନାହିଁ ? ଯଦି ଦେଇଥିଲେ ତେବେ ସେଠାରେ କଂଟ୍ରାକ୍ଟର କେଉଁଠୁ ଆସିଲେ ? ମୁଖ୍ୟମନ୍ତ୍ରୀ କଣ ଏଭଳି ବିଜେପୁରବାସୀଙ୍କର ଦାୟିତ୍ବ ନେଇଛନ୍ତି ? ଯେଉଁ ୫-ଟିର ଡିଣ୍ଡିମ ପିଟାଯାଉଛି ଏଠି କେଉଁ ଟାନ୍ସପରେନ୍ସି କାର୍ଯ୍ୟ କଲା? କେଉଁ ଟେକ୍ନୋଲୋଜିର ବ୍ୟବହାର ହେଲା ଯାହା ଫଳରେ ତରଣୀ ସେନ୍ଙ୍କୁ ହତ୍ୟା କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
Body:୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜେପୁରର ଦାୟିତ୍ବ ନେଇଥିଲେ । କିନ୍ତୁ କାହିଁକି ହିଞ୍ଜିଳି ନଛାଡି ବିଜେପୁର ଛାଡିଲେ ତାହାର ଜବାବ ବିଜେପୁରବାସୀ ମାଗିବା ଆରମ୍ଭ କଲେଣି । ତରଣୀସେନ୍ ମହଲାଙ୍କ ପରିବାରକୁ ବରଗଡର ସାଂସଦ ସୁରେଶ ପୂଜାରୀ ଯାଇ ଭେଟିଛନ୍ତି କିନ୍ତୁ ସରକାରୀ ଦଳର କେହି ଯାଇନାହାଁନ୍ତି । Conclusion:ତାଙ୍କ ପରିବାର ଓ ଦୁଇଟି ଛୁଆ ଯେଉଁଭଳି ସ୍ଥିତିରେ ଆଜି ନିସହାୟ ହୋଇଯାଇଛନ୍ତି ସେଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ କି ? ରାଜ୍ୟ ସରକାର ସଚ୍ଚୋଟ କର୍ମଚାରୀଙ୍କୁ କେଉଁଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.