ଭୁବନେଶ୍ବର: ମ୍ୟାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ପରିକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ପରୀକ୍ଷା କିପରି ସୂଚାରୁ ରୁପେ ସମାପ୍ତ କରିବେ ଏବଂ ଚାପ ମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ଦେଇଛନ୍ତି ପରାମର୍ଶ । ବୁଧବାର ମନ୍ତ୍ରୀଙ୍କ ବିଧାନସଭା ପ୍ରଶ୍ନୋତ୍ତର ଥିବାରୁ ସେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ବାଣୀ ବିହାର, ୟୁନିଟ 2 ଆଦି ପରୀକ୍ଷା କେନ୍ଦ୍ରକୁ ଅଚାନକ ପରିଦର୍ଶନ ଯାଇଥିବା କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ