ETV Bharat / city

କଂଗ୍ରେସ ଭବନ ଗଣ୍ଡଗୋଳ ପଛରେ ସାଲିଆସାହି ଯୁବକ - ଗଣ୍ଡଗୋଳ ପଛରେ ସାଲିଆସାହି ଯୁବକ

ମଙ୍ଗଳବାର କଂଗ୍ରେସ ଭବନରେ ହୋଇଥିବା ଗଣ୍ଡଗୋଳ ପଛରେ ସାଲିଆସାହିର ଯୁବକର ସମ୍ପୃକ୍ତି ଥିବା ଜଣା ପଡିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏବେ ବି ଚାଲିଛି ମାଷ୍ଟର ମାଇଣ୍ଡକୁ ଖୋଜା ଅଧିକ ପଢ଼ନ୍ତୁ...

saliasahi man involved Congress Bhavan riots, Congress Bhavan, bhubaneswar news, ଗଣ୍ଡଗୋଳ ପଛରେ ସାଲିଆସାହି ଯୁବକ, କଂଗ୍ରେସ ଭବନ ଗଣ୍ଡଗୋଳ
କଂଗ୍ରେସ ଭବନ ଗଣ୍ଡଗୋଳ ପଛରେ ସାଲିଆସାହି ଯୁବକ
author img

By

Published : Jun 24, 2020, 4:45 AM IST

ଭୁବନେଶ୍ବର: କଂଗ୍ରେସ ଭବନ ଗଣ୍ଡଗୋଳରେ ସାମିଲ ହୋଇଥିଲେ ସାଲିଆସାହି ଯୁବକ। ଖଣ୍ଡା ଧରି ଉତ୍ପାତ କରୁଥିବା ବେଳେ ଗିରଫ କରିଛି କମିସନରେଟ ପୋଲିସ । ଖଣ୍ଡା ବୁଲାଉଥିବା ଯୁବକ ନିଳାଞ୍ଚଳ ବେହେରାକୁ ଗିରଫ ସହ ଖଣ୍ଡାକୁ ଜବତ କରିଛି ।

ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସାଲିଆ ସାହିରେ ରହୁଥିବା ଜଣାପଡ଼ିଛି । ଗଣ୍ଡଗୋଳ ପାଇଁ ତାଙ୍କ ସହ ଆଉ କିଛି ଯୁବକଙ୍କୁ ଅଣାଯାଇଥିଲା ବୋଲି କମିସନରେଟ ପୋଲିସ ଜାଣିବାକୁ ପାଇଛି। ତେବେ ଯୁବ ଛାତ୍ର ନେତା ଚୟନ ନେଇ ଏଭଳି ଗଣ୍ଡଗୋଳ ହୋଇଥିବା ବେଳେ କିଛି ଗୋଷ୍ଠୀ ବିରୋଧ କରି କଂଗ୍ରସ ଭବନରେ ଧସେଇ ପସିବା ସହ କଂଗ୍ରେସ ଭବନ ସମ୍ମୁଖରେ ଗଣ୍ଡଗୋଳ କରିଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତ ଭଳି ଅନେକ ଯୁବକ ଏହି ଗଣ୍ଡଗୋଳରେ ସାମିଲ ଥିଲେ। ଅଭିଯୁକ୍ତକୁ ଆପିସିର ଧାରା ୧୪୭,୧୪୮, ୨୯୪, ୩୨୩, ୩୫୩, ୩୦୭, ୫୦୬,୧୪୯ ଓ ଆର୍ମସ ଆକ୍ଟରେ ଗିରଫ କରିଛି ପୋଲିସ । ତେବେ ଏହା ପଛର ମାଷ୍ଟରମାଇଣ୍ଡ କିଏ ? କିଏ ଆଣିଥିଲା ଏଭଳି ଅସାମାଜିକ ଯୁବକଙ୍କୁ ଗଣ୍ଡଗୋଳ ପାଇଁ ? ଏହାକୁ ନେଇ ଉଭୟ ପୋଲିସ ଓ କଂଗ୍ରେସ ଦଳର ବରିଷ୍ଠ ନେତା ମଧ୍ୟ ଚଳାଇଛନ୍ତି ଖୋଳତାଡ଼ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.