ଭୁବନେଶ୍ବର: ପୁଣ୍ୟ ବ୍ରହ୍ମ ଓ ସ୍ମୃତି ନୀଡ଼ ଶୀର୍ଷକର ଭଜନ ହେଲା ଲୋକାର୍ପିତ । ପୁଣ୍ୟ ବ୍ରହ୍ମ ଓ ସ୍ମୃତି ନୀଡ଼ ଶୀର୍ଷକର କବି ନିରଞ୍ଜନ ସେଠୀଙ୍କ ସୁନା ଠାକୁର ଭଜନ ସମେତ ୫ ଟି ଆଧୁନିକ ସଙ୍ଗୀତ ଲୋକାର୍ପିତ ହୋଇଛି ।
ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଏହି ଅଡିଓକୁ ଲୋକାର୍ପିତ କରିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି । ଅନ୍ୟ ମାନଙ୍କ ମଧ୍ୟ ରେ ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ ପ୍ରସନ୍ନ ପାଟ୍ଟଶାଣୀ ,ଅଧ୍ୟାପକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଏହି ଗୀତ ଗୁଡ଼ିକ ଓଡ଼ିଆ ସଙ୍ଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି କହିଛନ୍ତି । ଅପରୂପ ଶବ୍ଦ ବିନ୍ୟାସରେ ଗୀତିକାର ନିରଞ୍ଜନ ସେଠୀଙ୍କ ସମସ୍ତ ଗୀତ ଏବଂ କଣ୍ଠ ଶିଳ୍ପୀ ମାନଙ୍କର ଯାଦୁକରୀ ସ୍ପର୍ଶରେ ଗୀତ ଗୁଡ଼ିକ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି ।
ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ଶଶାଙ୍କ ଶେଖର, କରୁଣାକର, ଶ୍ରୀ ଚରଣ, ଲୋପାମୁଦ୍ରା ଓ ବିଭୁ ଦାସ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକ ଦେବ ଓ ସୌମ୍ୟ ସୌଭାଗ୍ୟ । ସଙ୍ଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ଗୀତ ଗୁଡ଼ିକ ମିରମ୍ବିକା ଇଭେଣ୍ଟସ ଓ ସାଇ ସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏହି ଭକ୍ତି ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପ୍ରସ୍ତୁତ କରା ଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ