ଭୁବନେଶ୍ବର: ଓଡି଼ଶା କଂଗ୍ରେସ ଗଠନକୁ ୧୦୦ ବର୍ଷ ପୁରିଛି । ଏଥିପାଇଁ ଆସନ୍ତା ୨୬ ତାରିଖରେ ସଦଦ୍ଭାବନା ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ୩୩ ସାଙ୍ଗଠନିକ ଜିଲ୍ଲାରୁ ସେବା ଦଳର କର୍ମୀମାନେ ଏଥିରେ ଯୋଗ ଦେଇ କଂଗ୍ରେସ ଭବନରୁ ଏକ ରାଲିରେ ବାହାରିବେ ବୋଲି ଜଣାପଡ଼ିଛି ।
ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏହାକୁ ଉଦଘାଟନ କରିବେ । କଂଗ୍ରେସ ଭବନରେ ମଧ୍ୟ ଏକ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ବହୁ ବରିଷ୍ଠ ନେତା ଯୋଗ ଦେବେ। ଗାନ୍ଧୀ ଗୋପବନ୍ଧୁଙ୍କ ବାର୍ତ୍ତାକୁ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଆମେ ଚେଷ୍ଟା କରିବୁ । ବିଶେଷ କରି ଯୁବକମାନଙ୍କ ଭିତରେ ଗାନ୍ଧୀ ଗୋପବନ୍ଧୁଙ୍କ ବାର୍ତ୍ତା ଓ ଚରିତ୍ରକୁ ଉଜ୍ଜୀବିତ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ।
ସେମାନଙ୍କୁ କିଭଳି ଅନୁକରଣ କରି ଆଜିର ନାଗରିକ ଏକ ସୁସ୍ଥ ରାଷ୍ଟ୍ର ଗଠନ କରିବ ଏ ନେଇ ସଦଭାବନା ସମାବେଶ କରାଯିବ ବୋଲି ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଆର୍ଯ୍ୟ କୁମାର କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ