ଭୁବନେଶ୍ବର: ଭାରତର ନି' ଷ୍ଟ୍ରାଇକର(knee strike) ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନି ଷ୍ଟ୍ରାଇକରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ୍ରେ ନିଜ ନାମକୁ ଲିପିବଦ୍ଧ କରାଇ ସାରିଛନ୍ତି ନୂଆପଡାର କ୍ରୀଡ଼ାବିତ୍ ସଚିନ ବେହେରା । ଏବେ ୫ କେଜି ଏଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନି ଷ୍ଟ୍ରାଇକ କରିବାକୁ ଯାଉଛନ୍ତି ସଚିନ । ଏହି ରେକର୍ଡ ହାସଲ କରି ସେ ପାକିସ୍ତାନର ବିଶ୍ୱ ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ମହମ୍ମଦ ରାସିଦଙ୍କ ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହି ରେକର୍ଡ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଆଶା କରିଛନ୍ତି ସଚିନ ବେହେରା । ସଚିନ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକର ଲରକା ଗ୍ରାମର ଲଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ସୁପୁତ୍ର । ନିଜର ଦ୍ୱିତୀୟ ଗିନିଜ୍ ବିଶ୍ୱ କିର୍ତ୍ତୀମାନ ପାଇଁ ଜାନୁଆରୀ ୧୫ ତାରିଖରେ ଅନୁମତି ପାଇଛନ୍ତି ।
ଏହି ପ୍ରତିକ୍ଷୀତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ ଭାବରେ ସୁଧୀର ଚନ୍ଦ୍ର, ଛତ୍ରିଆ, ସୌମ୍ୟରଞ୍ଜନ ଦାଶ, କିକ୍ ପ୍ୟାଡ୍ କିପର ଭାବରେ ଅମନ ପାଣ୍ଡେ, ଟାଇମ କିପର ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇବେ । ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱରରେ ଥିବା ହାଇଟେକ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟର୍ନସିପ କରୁଛନ୍ତି । ସେପଟେ ଏହି ଖବର ପ୍ରଚାରିତ ହେବା ପରେ ବୋଡେନ ତଥା ନୂଆପଡା ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ