ETV Bharat / city

ସିନେମା ହଲ୍ କର୍ମଚାରୀଙ୍କୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରାସନ ସହାୟତା - ସିନେମା ହଲ କର୍ମଚାରୀଙ୍କୁ ସହାୟତା

ଭୁବନେଶ୍ବର ଓ କଟକରେ ୧୪୦ ସିନେମା ହଲ୍ କର୍ମଚାରୀଙ୍କ ପରିବାର ପାଇଁ ରାସନ୍ ସହାୟତା ଯୋଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ଅଧିକ ପଢ଼ନ୍ତୁ...

ସିନେମା ହଲ୍ କର୍ମଚାରୀଙ୍କୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରାସନ ସହାୟତା

author img

By

Published : Jul 10, 2021, 7:20 AM IST

Updated : Jul 10, 2021, 10:22 PM IST

ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ୧୪୦ ସିନେମା ହଲ୍ କର୍ମଚାରୀଙ୍କ ପରିବାର ପାଇଁ ରାସନ୍ ସହାୟତା ଯୋଗାଇଲେ ଓଲିଉଡ ଚର୍ଚ୍ଚିତ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । କୋରୋନା ଏବଂ ଲକଡାଉନର କଟକଣା ଯୋଗୁଁ ସିନେମା ହଲ ବ୍ୟବସାୟ ଅତ୍ୟନ୍ତ ପ୍ରଭାବିତ ହୋଇଛି । ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କ ପରିବାର ଚଳାଇବା ସହାୟତା ଯୋଗାଇ ଦିଆଯାଇଥିଲେ ସୁଦ୍ଧା କୋରୋନାର ଦ୍ବିତୀୟ ଲହର ସିନେମା ହଲ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।

ସିନେମା ହଲ୍ କର୍ମଚାରୀଙ୍କ ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରାସନ ସହାୟତା

ଶୁକ୍ରବାର ସବ୍ୟସାଚୀ ଓ ଅର୍ଚ୍ଚିତା ଭୁବନେଶ୍ବର ଏବଂ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ଧରି ହଲରେ ପହଞ୍ଚିଥିଲେ । ରାଜଧାନୀର କେଶରୀ ହଲ ଶ୍ରୀୟା, ସ୍ଵାତୀ, ସ୍ତୁତି, ମହାରାଜା ଓ କେଶରୀର କର୍ମଚାରୀ ଏବଂ କଟକର ବୃନ୍ଦାବନ ଟକିଜ୍‌ ସହ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନ ହଲର କର୍ମଚାରୀ ଏକାଠି ହୋଇ ରାସନ୍ ଗ୍ରହଣ କରିଥିଲେ । ଏଥିପାଇଁ ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗରୱାଲ୍, ଡକ୍ଟର ଅମ୍ରିତ୍ ପାଟଜୋଶୀ, ଜିତୁ ଖଣ୍ଡଲୱାଲ୍, କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜର ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ । ଭୁବନେଶ୍ବର ଓ କଟକରେ ୧୪୦ ସିନେମା ହଲ୍ କର୍ମଚାରୀଙ୍କ ପରିବାର ପାଇଁ ରାସନ୍ ସହାୟତା ଯୋଗାଇ ଦେଇଛନ୍ତି ଏହି ଓଲିଉଡର ନବ ଦମ୍ପତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 10, 2021, 10:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.