ଭୁବନେଶ୍ବର: ତୁଟୁନି କଂଗ୍ରେସ କଳି । କଂଗ୍ରେସ ଭବନରେ ଆଜି(ଗୁରୁବାର) ପୁଣି ତୁମୁଳକାଣ୍ଡ । କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୂର୍ବତନ ଓବିସି ସେଲ ଅଧ୍ୟକ୍ଷଙ୍କୁ ତାଲା ପକାଇ ଦେଇଛନ୍ତି କଂଗ୍ରେସ କର୍ମୀ । ପୂର୍ବତନ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇଲେ ଅନ୍ୟ ଏକ ଗୋଷ୍ଠୀ । ବିଷ୍ଣୁ ଦଳ ବିରୋଧୀ କାର୍ଯ୍ୟ କରିବାରୁ ଦଳ ନିର୍ବାଚନରେ ହାରିଲା ବୋଲି ଅଭିଯୋଗ କରିଛନ୍ତି ଗୋଟେ ଗୋଷ୍ଠୀ ।
ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଷ୍ଣୁ । ଉତ୍ୟକ୍ତ କର୍ମୀଙ୍କୁ ଜଟଣୀ ବିଧାୟକ ସୁର ରାଉତରାୟ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣରେ ଆଣିବାକୁ ଉଦ୍ୟମ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଜି(ଗୁରୁବାର) ଓବିସି ସେଲର ବୈଠକ ବସିବାର ଥିଲା । ତେବେ ବୈଠକ ପୂର୍ବରୁ କଂଗ୍ରେସର ପୁରୁଣା ରୋଗ ପୁଣି ସାମ୍ନାକୁ ଆସିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ