ETV Bharat / city

'ଭୟରେ ଜୀବନ କାଟୁଛନ୍ତି ରାଜ୍ୟର ସୂଚନା ଅଧିକାର କର୍ମୀ'

ରାଜ୍ୟରେ ସୁରକ୍ଷିତ ନାହାଁନ୍ତି ସୂଚନା ଅଧିକାରୀ କର୍ମୀ । ଦୁର୍ନୀତି ବିରୋଧରେ ସୂଚନା ହାସଲ କରିବା ପରେ ବିଭିନ୍ନ ପ୍ରକାର ଚାପ ପକାଇ ତାଙ୍କୁ ମାରି ଦିଆଯାଉଥିବାର ଅଭିଯୋଗ କରିଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନ । ଅଧିକ ପଢନ୍ତୁ...

author img

By

Published : Feb 15, 2020, 3:10 PM IST

ଭୟରେ ଜୀବନ କାଟୁଛନ୍ତି ରାଜ୍ୟର ସୂଚନା ଅଧିକାର କର୍ମୀ

ଭୁବନେଶ୍ବର: ରାଜ୍ୟରେ ସୂଚନା ଅଧିକାରୀ କର୍ମୀମାନେ ବହୁତ ବିପଦରେ ଓ ଆଶଙ୍କାରେ ଜୀବନ ବିତାଉଛନ୍ତି । ଗୋଟିଏ ପରେ ଗୋଟିଏ ସୂଚନା ଅଧିକାରୀ ରାଜନୈତିକ ବ୍ୟକ୍ତି, ପୋଲିସ ଓ ମାଫିଆଙ୍କ ଦ୍ବାରା ସୁପରିକଳ୍ପିତ ଭାବେ ମାରି ଦିଆଯାଉଛି । ସରକାର ବ୍ୟବସ୍ଥାରେ ହେଉଥିବା ଦୁର୍ନୀତି ଓ ବାଟମାରଣାର ସୂଚନା ହାସଲ କରି ଏଥିରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଥିବା କର୍ମୀମାନଙ୍କୁ ଚାପ ପ୍ରୟୋଗ ତଥା ପ୍ରଲୋଭନ ଦେଖାଇ ନିବୃତ ରହିବାକୁ ବାଧ୍ୟ କରାଯାଉଥିବା ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି ।

ବିଗତ କିଛି ଦିନ ଭିତରେ ରାଜ୍ୟର ଦୁଇଜଣ ସୂଚନା ଅଧିକାର କର୍ମୀଙ୍କୁ ମାରି ଦିଆଯାଇଥିବାବେଳେ ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟି ସେମାନଙ୍କ ସହଯୋଗ କରୁଥିବା ଅଭିଯାନ ପକ୍ଷରୁ କୁହାଯାଇଛି । ଏପରିକି ସେମାନେ ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ବ ନ ଦେଇ କିପରି ତାହାର ରଫାଦଫା କରି ଚପାଇ ଦିଆଯିବ, ସେଥିପାଇଁ ପ୍ରଶାସନ ଆଗଭର ହେଉଥିବା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ।

ଓଡିଶା ଲୋକାୟୁକ୍ତ ନିଯୁକ୍ତି ପରେ ସୂଚନା ଅଧିକାର ଆଇନରେ ହୋଇଥିବା ଦୁର୍ନୀତିର ଖୁଲାସା କରିବା ପାଇଁ ଏଠାରେ ଅଭିଯୋଗ କରାଯାଉଛି। ଆଉ ଆୟୁକ୍ତ ଏଥିପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବା ଫଳରେ ଦୁର୍ନୀତି ସହିତ ସମ୍ପୃକ୍ତ ଅଧିକାରୀମାନେ ଅଧିକ ବ୍ୟତିବ୍ୟସ୍ତ ହୋଇ ଏହି କର୍ମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଭିନ୍ନ ପ୍ରକାର ଚାପ ପକାଇବା ସହ ମାରିଦେବାକୁ ପଛାଉ ନ ଥିବା ସେ କହିଛନ୍ତି। ସରକାର 5ଟି ଓ ମୋ ସରକାର ମାଧ୍ୟମରେ ପ୍ରଶାସନରେ ସ୍ବଚ୍ଛତା ଆଣିବା କଥା କହୁଛନ୍ତି। କିନ୍ତୁ ସୂଚନା ଅଧିକାର କର୍ମୀମାନେ ମଧ୍ୟ ଏହି କାମ କରୁଥିବାବେଳେ ସେମାନଙ୍କ ଉପରେ ଚାପ ପକାଯାଇ ବନ୍ଦ କରାଯାଉଥିବାବେଳେ 5ଟି ଓ ମୋ ସରକାର କେବଳ ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିବା କହିଛନ୍ତି। ତେଣୁ ଗଣମାଧ୍ୟମ ସୂଚନା ଅଧିକାର କର୍ମୀଙ୍କ ପ୍ରତି ହେଉଥିବା ଏହି ଅନ୍ୟାୟ ବିରୁଦ୍ଧରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ନିବେଦନ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.