ETV Bharat / city

ବିଜେଡିର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ - ବିଜେଡିର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ

RS ELECTION
RS ELECTION
author img

By

Published : Mar 18, 2020, 3:55 PM IST

Updated : Mar 18, 2020, 4:55 PM IST

15:43 March 18

ବିଜେଡିର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ; ଏପ୍ରିଲ 2ରୁ ଶପଥପାଠ

ବିଜେଡିର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ବର: ରାଜ୍ୟରେ ଖାଲି ହୋଇଥିବା 4ଟି  ରାଜ୍ୟସଭା ଆସନ ପାଇଁ ଚଳିତ ମାସ 6ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିଛି ।  

ଶାସକ ବିଜୁ ଜନତା ଦଳ 4ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ  ନିର୍ବାଚିତ ହୋଇଛନ୍ତି ରାଜ୍ୟସଭାକୁ । ନିର୍ବାଚିତ ସଭ୍ୟମାନେ ଏପ୍ରିଲ 2ରେ ରାଜ୍ୟସଭାର ସଭ୍ୟ ଭାବେ ଶପଥ ନେବେ । ତେବେ 4 ଜଣ ପ୍ରାର୍ଥୀ ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନଥିବାରୁ ଶାସକ ଦଳର ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିର୍ଦନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଦାଶରଥୀ ଶତପଥୀ ଆଜି ସମସ୍ତ ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।  

ସୂଚନା ଯୋଗ୍ୟ ଯେ ଚଳିତ ମାସ 6ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 13 ତାରିଖ ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ । 16ରେ ଯାଞ୍ଚ ଥିବାବେଳେ ଆଜି(ବୁଧବାର) ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହର ଦିନ । ତେବେ ଶାସକ ଦଳର 4 ଜଣ ପ୍ରାର୍ଥୀଙ୍କ ବ୍ୟତୀତ ଆଉ କୌଣସି ପ୍ରାର୍ଥି ନଥିବାରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 18, 2020, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.