ETV Bharat / city

କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପାଠପଢ଼ା - କୋରୋନା ଭାଇରସ ଖବର

କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପଠାପଢ଼ା ଓ ପରୀକ୍ଷା। କୋଭିଡ୍ ପାଇଁ ରାଉରକେଲାରେ ଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)କୁ ଆଜିଠାରୁ ବନ୍ଦ କରି ଦିଆଯାଇଛି । ଅଧିକ ପଢନ୍ତୁ...

Rourkela NIT close due to covid19
କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପଠାପଢ଼ା ଓ ପରୀକ୍ଷା
author img

By

Published : Mar 27, 2021, 9:09 AM IST

ଭୁବନେଶ୍ବର: କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପଠାପଢ଼ା ଓ ପରୀକ୍ଷା । କୋଭିଡ୍ ପାଇଁ ରାଉରକେଲାରେ ଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)କୁ ଆଜିଠାରୁ ବନ୍ଦ କରି ଦିଆଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରି କରିବାକୁ ଛାତ୍ରଛାତ୍ରୀଙ୍କୁ ଏନ୍‌ଆଇଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଅନଲାଇନରେ ପଠାପଢ଼ା ସହ ପରୀକ୍ଷା କରିବାକୁ ନିଷ୍ପତ୍ତି।

Rourkela NIT close due to covid19
କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପଠାପଢ଼ା ଓ ପରୀକ୍ଷା

ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଏନ୍‌ଆଇଟିକୁ ପଢ଼ିବାକୁ ଆସିଥାନ୍ତି । ଗତ ୧୨ ଓ ୧୫ ତାରିଖରେ ରାଜ୍ୟ ବାହାରୁ ଫେରିଥିବା ଦୁଇ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ। ହେଲେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠ ପଢା ସହ ପରୀକ୍ଷା କରିବାକୁ ଦାବି କରିଥିଲେ । ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ଗତକାଲି ସଂଧ୍ୟାରେ ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । କୋଭିଡ୍ ପାଇଁ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ପରୀକ୍ଷା କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ସେମିଷ୍ଟାର ପାଇଁ ସମସ୍ତ ପ୍ରୋଗ୍ରାମର ସମସ୍ତ ଥିଓରୀ ବିଷୟଗୁଡିକର ଶେଷ ସେମିଷ୍ଟାର ପରୀକ୍ଷା ଅନଳାଇନ ମୋଡ୍ ମାଧ୍ୟମରେ କରାଯିବ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନଲାଇନ ପରୀକ୍ଷା ଓ କ୍ଳାସକୁ ନେଇ ଏନଆଇଟି ସୂଚାଇ ଦେଇଛି ଯେ ଅନଲାଇନ୍ ମୋଡରେ ସେମିଷ୍ଟାର ପରୀକ୍ଷା ଦେଖାଯିବା ପାଇଁ କୌଣସି ପ୍ରକାର ଇଣ୍ଟରନେଟ୍ ସମସ୍ୟା ପାଇଁ ଅନୁଷ୍ଠାନ ଦାୟୀ ରହିବ ନାହିଁ | ପରୀକ୍ଷାର କାର୍ଯ୍ୟସୂଚୀ ଛାତ୍ରମାନଙ୍କୁ ଆଗୁଆ ଜଣାଇ ଦିଆଯିବ। ଏକ ସପ୍ତାହ ମଧ୍ୟରେ ସମସ୍ତ UG, M.Sc, MA ଏବଂ MBA ପ୍ରୋଗ୍ରାମର ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଯେଉଁ ଛାତ୍ରମାନେ ହଲ୍ ଖାଲି କରିବେ ସେମାନେ ସାଧାରଣ କୋଠରୀରେ ନିଜର ଜିନିଷ ରଖିବାକୁ ପଡିବ ଏବଂ ଶେଷ ବର୍ଷର ଛାତ୍ରମାନେ ସେମାନଙ୍କ ଜିନିଷପତ୍ର ସାଙ୍ଗରେ ନେବା ଉଚିତ୍।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.