ETV Bharat / city

ସରିଲା ଶୁଭ୍ରା କୁଣ୍ଡୁଙ୍କ ରିମାଣ୍ଡ, ଏବେ ଝାଡପଡା ଜେଲ ନୂଆ ଠିକଣା - ଶୁଭ୍ରା କୁଣ୍ଡୁ

ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କର ସରିଛି ରିମାଣ୍ଡ । ଏବେ ତାଙ୍କୁ ଭୁବନେଶ୍ବର ଝାଡପଡା ଜେଲକୁ ପଠାଇଦିଆଯାଇଛି । ତେବେ ଗିରଫ ପରେ ଶୁଭ୍ରାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଅଧିକ ପଢନ୍ତୁ...

ସରିଲା ଶୁଭ୍ରା କୁଣ୍ଡୁଙ୍କ ରିମାଣ୍ଡ, ଏବେ ଝାଡପଡା ଜେଲ ନୂଆ ଠିକଣା

author img

By

Published : Jan 22, 2021, 8:45 PM IST

ଭୁବନେଶ୍ବର: ରୋଜଭ୍ୟାଲି ଚିଟ ଫଣ୍ଡ ଠକେଇ ମାମଲାରେ ଜେଲରେ ଥିବା ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କର ସରିଛି ରିମାଣ୍ଡ ଅବଧି । ଏବେ ତାଙ୍କୁ ଭୁବନେଶ୍ବର ଝାଡପଡା ଜେଲକୁ ପଠାଇ ଦିଆଯାଇଛି । ତେବେ ଗିରଫ ପରେ ଶୁଭ୍ରାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ ।

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ତେବେ ସିବିଆଇ ଶୁଭ୍ରାଙ୍କୁ କୋଲକାତାରେ ଗିରଫ କରି 17 ଜାନୁଆରୀରେ ଭୁବନେଶ୍ବରକୁ ଆଣିଥିଲା । ଶୁଭ୍ରାଙ୍କୁ ସିବିଆଇ ରିମାଣ୍ଡରେ ନେଇ ଅନେକ ବିଷୟ ଉପରେ ପଚରାଉଚୁରା କରିଛି ।

ଗତ ରବିବାର ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିବିଆଇ। ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଶୁଭ୍ରା ରୋଜଭ୍ୟାଲି ମୁଖ୍ୟ ତଥା ଗିରଫ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ । ସେ ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ।

ପୋଞ୍ଜି ସ୍କିମ ଠକେଇରେ ସୁଭ୍ରାଙ୍କ ଭୂମିକାଙ୍କୁ ନେଇ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେ ଅନେକ ଦିନରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ସ୍କାନରରେ ରହିଥିଲେ । ରୋଜଭ୍ୟାଲି ଗ୍ରୁପ ହଜାର ହଜାର ଜମାକାରୀଙ୍କଠାରୁ ନିବେଶର ଅଧିକ ଗୁଣ ଅର୍ଥ ଫେରସ୍ତ ନେଇ ପ୍ରତିଶ୍ରୃତି ଦେଇ କୋଟି କୋଟି ଟଙ୍କା ଠକି ନେଇଥିଲା ।

ସିବିଆଇର ସୂତ୍ର ଅନୁଯାୟୀ ରୋଜଭ୍ୟାଲି ଦ୍ବାରା ଠକେଇ ହୋଇଥିବା ଜମାକାରୀଙ୍କ ଅର୍ଥର ମୂଲ୍ୟ 12 ହଜାର କୋଟିରୁ ଉର୍ଦ୍ଧ୍ବ ହେବ । ତେବେ ଘଟଣାରେ ଗୌତମ କୁଣ୍ଡୁ ଗିରଫ ହୋଇ ମାର୍ଚ୍ଚ 2015ରୁ ଜେଲରେ ଅଛନ୍ତି । ତାଙ୍କ ପତ୍ନୀ ଏକ ସୁନାଗହଣ ଦୋକାନ ଚଳାଉଥିବା ବେଳେ ତଦନ୍ତ ଆରମ୍ଭରୁ ଏହାକୁ ସିଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.