ଭୁବନେଶ୍ବର: ଅଶ୍ଳୀଳ ଭିଡିଓ ପଠାଇ ପୋଲିସ ହାତରେ ଧରା ପଡିଛି ପାଗଳ ପ୍ରେମିକ । ପ୍ରେମିକାକୁ ଡାର୍ଟି ଭିଡିଓ ପଠାଇ ଖଣ୍ଡଗିରି ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ପ୍ରେମିକ ତଥା ଇଞ୍ଜିନିୟରିଂ ଛାତ୍ର ବିବେକାନନ୍ଦ ପାତ୍ର । ବିବେକାନନ୍ଦ ମହାବୀର ଇଞ୍ଜିନିୟରିଂ କଲେଜରେ ପଢୁଥିବା ବେଳେ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ଶଶାପଶି ଗାଁ ।
ସୂଚନା ମୁତାବକ ଖଣ୍ଡଗିରିର ଏକ ମଲରେ ବିବେକାନନ୍ଦଙ୍କର ଜଣେ ଯୁବତୀଙ୍କ ସହ ନମ୍ବର ଦିଆନିଆ ହୋଇଥିଲା । ପରେ ସେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହ ତାଙ୍କ ସହ ଖରାପ ଉଦ୍ଦେଶ୍ୟ ରଖି କଥାବାର୍ତ୍ତା କରୁଥିଲା । କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ନଗ୍ନ ଭିଡିଓ ପଠାଇ ଅଶ୍ଲୀଳ ଚାଟ କରିବାକୁ ବାଧ୍ୟ କରୁଥିଲେ ।
ଏନେଇ ଯୁବତୀ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏଥିସହ ଅଭିଯୁକ୍ତ ନାଁରେ ଆଇପିସି ଧାରା 506, 507, 294, 323 ଓ ଆଇଟି ଆକ୍ଟରେ ଚାର୍ଜସିଟ ଦାଖଲ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ