ETV Bharat / city

ନିର୍ମାଣ ଆଳରେ ସ୍ମାର୍ଟସିଟିରେ ଖୋଳାଯାଉଛି ରାସ୍ତା, ତୁରନ୍ତ ସମାଧାନ ପାଇଁ ବିଜେପିର ଦାବି - Roads are being dug in SmartCity

ସ୍ମାର୍ଟସିଟିରେ ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକୁ ଖୋଳାଯାଇଛି । ଏହାଦ୍ଵାରା ଗମନାଗମନରେ ବାଧା ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି ମାତ୍ର ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଅଧିକ ପଢନ୍ତୁ...

Roads are being dug in SmartCity
ନିର୍ମାଣ ଆଳରେ ସ୍ମାର୍ଟସିଟିରେ ଖୋଳାଯାଉଛି ରାସ୍ତା, ତୁରନ୍ତ ସମାଧାନ ପାଇଁ ବିଜେପିର ଦାବି
author img

By

Published : Nov 17, 2020, 3:55 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକୁ ଖୋଳାଯାଇଛି । ଏହାଦ୍ଵାରା ଗମନାଗମନରେ ବାଧା ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି ମାତ୍ର ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଏହା ଦ୍ୱାରା ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ନାହିଁ।

ନିର୍ମାଣ ଆଳରେ ସ୍ମାର୍ଟସିଟିରେ ଖୋଳାଯାଉଛି ରାସ୍ତା, ତୁରନ୍ତ ସମାଧାନ ପାଇଁ ବିଜେପିର ଦାବି

ଯଦି ରାଜଧାନୀର ଅବସ୍ଥା ଏପରି ତେବେ ରାଜ୍ୟର ଦୂର ଦୁରାନ୍ତ କଥା କହିବା ହାସ୍ୟାସ୍ପଦ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା, ଯାହାକି ନବୀନ ନିବାସ ଠାରୁ ମାତ୍ର ଗୋଟିଏ କିଲୋମିଟର ମାତ୍ର ଦୁର୍ଭାଗ୍ୟର କଥା ଏହାର ମୁଖ୍ୟ ରାସ୍ତା ବିଗତ ୬ମାସ ଧରି ଅବହେଳିତ ଏବଂ ଅବ୍ୟବସ୍ଥାରେ। ଏହାର ତୁରନ୍ତ ସମାଧାନ କରିବା ଦାବିରେ ବିଜେପି ଭୁବନେଶ୍ୱର ଜିଲ୍ଲାର ଲିଙ୍ଗରାଜ ମଣ୍ଡଳ ତରଫରୁ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଥିଲା ।

ତେବେ 15 ଦିନ ମଧ୍ୟରେ ଏହାର ସମାଧାନ ଯଦି କରାନଯାଏ ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ ଚେତାବନୀ ଦେଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ, ରାଜାରାଣୀ ମଣ୍ଡଳ ସଭାପତି ଅମର ଜ୍ୟୋତିଜଗଦେବ, ସୁଭାସିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ଶିବ ବେହେରା, ବନ୍ଦନା କାନୁନଗୋ ,ବିଶ୍ଵନାଥ ସେଠୀଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.