ଭୁବନେଶ୍ବର: RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କୁ ‘ନ୍ୟାସନାଲ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସେସ୍ ଇଣ୍ଡିଆ ଏବଂ ‘ଦ ରୟାଲ ସୋସାଇଟି ଫର ପବ୍ଲିକ୍ ହେଲଥ୍’ ପକ୍ଷରୁ ଫେଲୋ ଭାବେ ଚୟନ କରାଯାଇଛି । ଏହି ସମ୍ମାନଜନକ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।
![RMRC director Sanghamitra pati get national award on covid19 research](https://etvbharatimages.akamaized.net/etvbharat/prod-images/od-bbsr-02-rmrc-sanghmitra-pati-award-7206049_30082021141546_3008f_1630313146_796.jpg)
କୋରୋନା ଟେଷ୍ଟିଂ ହେଉ ବା ଗବେଷଣା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର୍ (RMRC) । କେବଳ ସଂକ୍ରମିତ ରୋଗ ନୁହେଁ ଅଣସଂକ୍ରମିତ ରୋଗ ଉପରେ ଗବେଷଣା କରି ଦେଶରେ ସୁନାମ ଆଣିଛନ୍ତି । ଓଡିଶା ଆଜି କୋରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି ତା’ର ପ୍ରମୁଖ ବିନ୍ଧାଣୀ ହେଉଛି ଆରଏମଆରସି। କୋରୋନାର ତୃଣମୂଳସ୍ତରରୁ ପ୍ରତିହତ କରିବାରେ ଟେଷ୍ଟିଂ ହେଉଛି ମୁଖ୍ୟ ଅସ୍ତ୍ର। ଏହି କୋରୋନା ସମୟରେ କଷ୍ଟସାଧ୍ୟ କାର୍ଯ୍ୟ ପଛରେ ଡାକ୍ତର ପତିଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଯୋଗଦାନ ରହିଛି। ସମାଜର ସଙ୍କଟ ସମୟରେ ସବୁବେଳେ ନାରୀ ସମାଜ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥାଏ। ତାଙ୍କର ନେତୃତ୍ଵ ଓ ଅଭିଜ୍ଞତା ପାଇଁ ଦେଶ ତଥା ରାଜ୍ୟରେ ଆଜି ପ୍ରଶଂସା ଓ ସମ୍ମାନ ସାଉଁଟିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ