ETV Bharat / city

ବଢୁଛି ଆର୍‌ଟିଓ ପାର୍କିଂ ସମସ୍ୟା, ରାସ୍ତା ପାଲଟିଛି ମରଣଯନ୍ତା

ରାଜଧାନୀ ରାଜରାସ୍ତାରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ପାର୍କିଂ ଅବସ୍ଥା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପାର୍କିଂ ହେଉଛି ଅନେକ ଗାଡି । ଫଳରେ ରାସ୍ତା ଜାମ ହେବା ସହ ରାଜରାସ୍ତା ପାଲଟିଛି ମରଣଯନ୍ତା ।

author img

By

Published : Sep 6, 2019, 7:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ପାର୍କିଂ ଅବସ୍ଥା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପାର୍କ ହେଉଛି ଅନେକ ଗାଡି । ଫଳରେ ରାସ୍ତା ଜାମ ହେବା ସହ ରାଜରାସ୍ତା ପାଲଟିଛି ମରଣଯନ୍ତା । ଏଦୃଶ୍ୟ ହେଉଛି ରାଜଧାନୀ ଦେଇ ଯାଇଥିବା 16ନଂ ଜାତୀୟ ରାଜପଥର । ଯେଉଁଠାରେ ଆରଟିଓ ଅଫିସ ସାମ୍ନାରେ ଦିନ ରାତି ଜମୁଛି ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ସ୍ଥାନୀୟ ଲୋକଙ୍କୁ ପଚରାଯିବାରୁ ସେମାନେ ପାର୍କିଂକୁ ନେଇ ଦେଖାଯାଉଥିବା ଦୈନିକ ସମସ୍ୟା ବିଷୟରେ କହିଥିଲେ । ସେମାନଙ୍କ କହିବା ଅନୁଯାୟୀ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ଦ୍ବିସ୍ତରୀୟ ପାର୍କିଂ ବ୍ୟବସ୍ଥା ସହ ଏକ ନୂତନ ଆରଟିଓ ଅଫିସ ବିଲ୍ଡିଂ ନିର୍ମାଣ କରାଯିବାର ଯୋଜନା ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଫଳରେ ପୂର୍ବରୁ ଯେମିତି ଲୋକେ ରାସ୍ତାରେ ଗାଡି ପାର୍କଂ କରୁଥିଲେ ଏବେ ବି ସମାନ ଦଶା ।

ତେଣେ ରାସ୍ତା ଉପରେ ଏପରି ଗାଡି ପାର୍କଂ ଲାଗି ରହିଥିବାରୁ ସାଧାରଣ ଲୋକଙ୍କ ସମେତ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ଏନେଇ ଆରଟିଓ ୱାନ ନିର୍ଦ୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତିଙ୍କ କହିବା ଅନୁଯାୟୀ ଅନେକ ବର୍ଷ ଧରି ନିଜସ୍ବ ପାର୍କିଂ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହେଉଛି । ସମାଧାନ ସ୍ବରୂପ ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଯେଉଁଥିରେ ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଫଳରେ ବାହାରେ ରହୁଥିବା ଗାଡି ଗୁଡିକୁ ଯଥା ସ୍ଥାନରେ ପାର୍କ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:ଜାତୀୟ ରାଜପଥ ଉପରେ ହେଉଛି ଆରଟିଓ ଗାଡି ପର୍କିଙ୍ଗ।

ରାଜଧାନୀ ରାଜରାସ୍ତା ଏବେ ପାଲଟିଛି ମରଣଜନ୍ତା। ସକାଳ ସମୟରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ରହୁଛି ଭିଡ଼। ନା ଅଛି ପାର୍କିଂ ନା ଅଛି ନିୟମ କାନୁନ। ଯିଏ ଯୁଆଡେ ଆସିଲା ସେଇଠି ରଖିଲା ଗାଡି। ଏମିତି କି ଭୁବନେଶ୍ୱର ଦେଇ ଯାଇଥିବା 16 ନମ୍ବର ମୁଖ୍ୟ ଜାତୀୟ ରାଜା ପାଥ ଅନେକ ସନୟରେ ଭିଡ ରହିଥାଏ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଆର ଟି ଓ ୧ ସମ୍ମୁଖରେ।

Body:
ଏପରି ଟ୍ରାଫିକ ସମସ୍ୟାକୁ ନେଇ କିଛି ସାଧାରଣ ଲୋକ ମତାମତ ଦେଇଛନ୍ତି କି ଆର ଟି ଓ ୧ ଅଫିସ ନିକଟରେ ଏକ ନୂତନ ଭାବରେ ଆର ଟି ଓ ଅଫିସ ନିର୍ମାଣ ହେବ। ଏକ ବିଲ୍ଡିଂଗ ହେବା ସହ ପର୍କିଙ୍ଗ ବ୍ୟବସ୍ଥା କରାଯିବ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଇନାହିଁ। ପୂର୍ବରୁ ଯେମିତି ରାସ୍ତା ଉପରେ ଲୋକ ମାନେ ଗାଡି ପର୍କିଙ୍ଗ କରୁଛନ୍ତି ଏବେ ବି ସେହି ଦଶା। ଆର ଟି ଓ କୁ ଅନେକ ଲୋକ ଆସୁଛନ୍ତି ସମସ୍ତେ ରାସ୍ତାରେ ପର୍କିଙ୍ଗ କରୁଛନ୍ତି। ଯାହା ଫଳରେ ରାଜରାସ୍ତା ଅବରୋଧ ହେବା ସହ ସାଧାରଣ ଲୋକ ଅସୁବିଧାର ସମୁଖୁନ ହେଉଛନ୍ତି। ଏହା ଦ୍ୱାରା ଆମ୍ବୁଲାନ୍ସ କି ଅନେକ ଗାଡି ଏହି ରାସ୍ତା ଦେଇ ଯାଉଥିଲେ ଅନେକ ସମୟ ଧରି ଠିଆ ହୋଇ ରହିଥାନ୍ତି। ଯାହା କୁ ନେଇ ସମସ୍ୟା ବଢ଼ିବାରେ ଲାଗୁଛି।

ଏହି ସମସ୍ୟା କୁ ନେଇ ଆର ଟି ଓ୧ ନିର୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତି କହିଛନ୍ତି କି ଅନେକ ବର୍ଷ ଧରି ନିଜସ୍ୱ ପାର୍କିଂ ନଥିବାରୁ ଏପରି ଅସୁବିଧା ଘଟୁଛି ।ପାଖାପାଖି 100 ରୁ ଉର୍ଧ ଗାଡି ରାସ୍ତା ଉପରେ ପର୍କିଙ୍ଗ କରୁଥିବାରୁ ଅନେକ ସମୟରେ ରାଜରାସ୍ତା ଜାମ ହୋଇଥାଏ। ସେଥିପାଇଁ ଏକ ନୂତନ ବିଲ୍ଡିଂ ନିର୍ମାଣ ଚାଳିଛି। ଏହି ବୁଲଡିଂ ରେ ଦୁଇ ଟି ସ୍ଥାନରେ ପର୍କିଙ୍ଗ ର ବ୍ୟବସ୍ତା କରାଯିବ। ବାହାରେ ରହୁଥିବା ଗାଡି ଗୁଡିକ ପର୍କିଙ୍ଗ ରେ ରଖାଯିବ । ଯାହା ଫଳରେ ରାଜପଥ ଜାମ ରହିବ ନାହିଁ। ନୂତନ ବିଲ୍ଡିଂଗ ହେଲା ପରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ବୋଲି କହିଛନ୍ତି ଆର ଟି ଓ 1।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.