ETV Bharat / city

ଡେଙ୍ଗୁ ନିରାକରଣ ନେଇ ଆକ୍ସନ ପ୍ଲାନ

ଜିଲ୍ଲାରେ ଡେଙ୍ଗୁ ସମସ୍ୟାର ସଚେତନତା ଓ ନିରାକରଣ କିପରି କରାଯିବ ସେନେଇ ଭୁବନେଶ୍ବର ଅତିରିକ୍ତ କମିଶନର, ଡେ଼ପୁଟି କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଡେଙ୍ଗୁ ସମସ୍ୟାର ନିରାକରଣ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

author img

By

Published : Jul 21, 2021, 8:45 PM IST

ଭୁବନେଶ୍ବର: ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ସ୍ଥିତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁଁ ଏବେ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି । ଏଯାବତ ଜିଲ୍ଲାରେ ୧୭୨ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ସେଥି ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ କିଛି ରୋଗୀ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଡେଙ୍ଗୁ ସମସ୍ୟାର ନିରାକରଣ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ରାଜଧାନୀ ଭୁବନେଶ୍ୱରର ନିଳାଦ୍ରୀବିହାର, ଶୈଳଶ୍ରୀ ବିହାର, କଳ୍ପନା ଆଦି ଅଞ୍ଚଳର ୪ଟି ଓ୍ବାର୍ଡ ୭, ୧୪, ୫୫, ଓ ୫୭ରେ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷା ଦିନ ଜାରି ରହିବା ସହ ପରିମଳ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏହାର ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି (ବୁଧବାର) ଭୁବନେଶ୍ୱର ସର୍କିଟ ହାଉସରେ ଏକ ବୈଠକ ହୋଇଛି ।

ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଏମସି (BMC)ର ଅତିରିକ୍ତ କମିଶନର, ଡେ଼ପୁଟି କମିଶନର, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ସହରର ସମସ୍ତ ୬୭ ଓ୍ବାର୍ଡରେ ସଚେତନତା ସୃଷ୍ଟି କରିବା ସହ ସଫେଇକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରତି ଓ୍ବାର୍ଡରେ ସ୍ବତନ୍ତ୍ର ଟିମକୁ ନେଇ ଯାଞ୍ଚ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.