ETV Bharat / city

ନଭେମ୍ବର 8ରେ RI କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା - ରାଜସ୍ବ ନୀରିକ୍ଷକ

ନଭେମ୍ବର 8ରେ ହେବ RI କମ୍ପ୍ୟୁଟର ଦକ୍ଷତା ପରୀକ୍ଷା । ଏନେଇ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

Revenue inspector computer skill test shortlist notice by osssc
R I କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା ତାରିଖ ଘୋଷଣା, ନଭେମ୍ବର 8ରେ ହେବ ପରୀକ୍ଷା
author img

By

Published : Oct 12, 2021, 7:20 PM IST

ଭୁବନେଶ୍ବର: R I କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ତାରିଖ ଘୋଷଣା, ନଭେମ୍ବର 8 ରେ ହେବ ପରୀକ୍ଷା। ଏନେଇ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ନୋଟିସ ଜାରି କରାଯାଇଛି । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ କମ୍ପ୍ୟୁଟର ଦକ୍ଷତା ପରୀକ୍ଷାରେ ଭାଗ ନେବେ।

Revenue inspector computer skill test shortlist notice by osssc
R I କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା ତାରିଖ ଘୋଷଣା, ନଭେମ୍ବର 8ରେ ହେବ ପରୀକ୍ଷା

ରାଜ୍ୟରେ ରାଜସ୍ବ ନୀରକ୍ଷକ ପଦବୀ ପୂରଣ କରିବା ପାଇଁ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । 586 ପଦବୀ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଥିଲା । ଏହା ପରେ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ କରିଥିଲା ଚୟନ ଆୟୋଗ । ଡ୍ରାଫ୍ଟ ଲିଷ୍ଟରେ ଥିବା ପରୀକ୍ଷାର୍ଥୀମାନେ ଲିଖିତ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ପାଇଁ ସର୍ଟଲିଷ୍ଟ ଜାରି କରାଯାଇଛି ।

ନିର୍ଦ୍ଧାରିତ ଦକ୍ଷତା ପରୀକ୍ଷା ପାଇଁ ଆଡମିଟ୍ କାର୍ଡର ଉପଲବ୍ଧତା କରାଯାଇଛି । ଅନଲାଇନରେ ପ୍ରାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କ ଆଡମିଶନ ଲେଟର୍ ଡାଉନଲୋଡ୍ କରିବା ପରେ ଆୟୋଗର ପୋର୍ଟାଲ୍ ମାଧ୍ୟମରେ ଉପରୋକ୍ତ ସ୍କିଲ୍ ଟେଷ୍ଟ ପାଇଁ ଅନଲାଇନ୍ ମକ୍ ଟେଷ୍ଟରେ ହାଜର ହୋଇପାରିବେ । ଜିଲ୍ଲା କ୍ୟାଡର ପୋଷ୍ଟ ଅଧୀନରେ ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ 586ଟି ପଦବୀ ପୂରଣ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.