ETV Bharat / city

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ଉତ୍ସାହିତ ଛାତ୍ରଛାତ୍ରୀ

author img

By

Published : Jul 15, 2020, 8:10 PM IST

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବରର ବିଭିନ୍ନ ସିବିଏସଇ ସ୍କୁଲ ଗୁଡିକରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

ଦଶମଶ୍ରେଣୀ
ଦଶମଶ୍ରେଣୀ

ଭୁବନେଶ୍ବର: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବରର ବିଭିନ୍ନ ସିବିଏସଇ ସ୍କୁଲ ଗୁଡିକରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପରୀକ୍ଷା ଫଳକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କୋରୋନା ଲକଡାଉନ କଟକଣା ପାଇଁ ସ୍କୁଲ ଗୁଡିକରେ କୌଣସି ସେଲିବ୍ରେସନ କରାଯାଉନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇ ଖୁସିବ୍ୟକ୍ତ କରିଛନ୍ତି ।

ପ୍ରକାଶ ପାଇଲା ସିବିଏସଇ ଦଶମଶ୍ରେଣୀ ପରୀକ୍ଷା ଫଳ, ଉତ୍ସାହିତ ଛାତ୍ରଛାତ୍ରୀ

କୋରୋନା କଟକଣା ସମୟରେ ଦୀର୍ଘଦିନର ଆଶା ଓ ଆଶଙ୍କା ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସହାର ଅଧିକ ରହିଛି । ଝିଅଙ୍କ ପାସହାର ୯୩.୩୧ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୯୦.୧୪ ପ୍ରତିଶତ ରହିଛି । ଯାହା ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୩.୧୭ ପ୍ରତିଶତ ଅଧିକ ରହିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସହାର ମଧ୍ୟ ବୃଦ୍ଧିପାଇଛି । ସର୍ବଭାରତୀୟ ସ୍ତରରେ ତ୍ରିଭେନ୍ଦ୍ରମ ଜୋନରେ ସର୍ବାଧିକ ପାସହାର ରହିଥିବା ବେଳେ ଭୁବନେଶ୍ବର ଜୋନ ସପ୍ତମ ସ୍ଥାନରେ ରହିଛି । ଭୁବନେଶ୍ବର ଜୋନରେ ପାସ ହାର ୯୩.୨୦ ପ୍ରତିଶତ ରହିଥିବା ବେକେ ସର୍ବଭାରତୀୟ ସ୍ତରରେ ପାସ ହାର ୯୧.୪୬ ପ୍ରତିଶତ ରହିଛି ।

ସର୍ବଭାରତୀୟ ସ୍ତରରେ ସିବିଏସଇର ମୋଟ ୧୬ଟି ଜୋନ ରହିଛି । ତ୍ରିଭେନ୍ଦ୍ରମ ଜୋନରେ ଛାତ୍ରଛାତ୍ରୀଙ୍କ ପାସ ହାର ରହିଛି ୯୯.୨୮ ପ୍ରତିଶତ । ଚଳିତ ବର୍ଷ ସାରା ଦେଶରେ ୧୮ ଲକ୍ଷ ୩୭୩ ହଜାର ୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୭ ଲକ୍ଷ ୧୩ ହଜାର ୧୨୧ ଜଣ ପାସ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ୧୫ ରୁ ୩୦ ମଧ୍ୟରେ ପରୀକ୍ଷା କରାଯିବା ନେଇ ସ୍ଥିର ହୋଇଥିଲା । ହେଲେ କୋରୋନା ମହାମାରୀ ନେଇ ସାରା ଦେଶରେ ୬ଟି ବିଷୟରେ ପରୀକ୍ଷା ହୋଇ ପାରିନଥିଲା । ସେ ସବୁ ବିଷୟରେ ପୂର୍ବ ପରୀକ୍ଷା ଆଧାରରେ ମାର୍କ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.