ETV Bharat / city

Odisha Assembly: ଗୃହରେ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ସଂକଳ୍ପ ପାରିତ

author img

By

Published : Sep 9, 2021, 6:29 PM IST

Updated : Sep 9, 2021, 7:31 PM IST

ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଏନେଇ ଆଜି ବିଧାନସଭାରେ ସଂକଳ୍ପ ଗୃହିତ ହୋଇଛି । ଅଧିକ ପଢ଼ନ୍ତୁ...

Odisha Assembly: ଗୃହରେ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ସଂକଳ୍ପ ପାରିତ

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠେଇବେ ।

Odisha Assembly: ଗୃହରେ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ସଂକଳ୍ପ ପାରିତ

ଏନେଇ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ସାହଙ୍କୁ ଭେଟି ଦଳ ଦାବି ରଖିଥିବା ବେଳେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ଥିଲା । ଆଉ ଏବେ ସଂକଳ୍ପ ଆଣି ପୁଣି ଥରେ ଏହି ଦାବିକୁ ଦୋହରାଇଛି ଶାସକ ଦଳ l କଂଗ୍ରେସ ବି ଜାତିଭିତ୍ତିକ ଜନଗଣନା ସପକ୍ଷରେ ରହିଛି l ହେଲେ ବିଜେପି କିନ୍ତୁ ଏନେଇ ପ୍ରଶ୍ନ ଉଠାଇଛି l ଏନେଇ ଶାସକ ଦଳର ସଭ୍ୟ ମାନେ ଓବିସି ସଂରକ୍ଷଣ ଉପରେ ନିଜ ମତ ରଖିଥିଲେ।

ରାଜ୍ୟରେ ଓବିସି ସମ୍ପ୍ରଦାୟର ଲୋକଙ୍କୁ ଭୁଆଁ ରାଜ୍ୟ ସରକାର ବୁଲାଉଛନ୍ତି ବୋଲି କହିଛି ବିଜେପି । 11.25 ପ୍ରତିଶତ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ରଖିଛନ୍ତି । ଦେଶର ଅନ୍ୟ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଯେଉଁ ସଂରକ୍ଷଣ ଦେଇଛନ୍ତି ରାଜ୍ୟ ସରକାର ତାହା ଦେଇ ନାହାନ୍ତି । କେନ୍ଦ୍ରର ଚାପ ପଡ଼ିଲା ପରେ ଗତ 6 ମାସ ତଳେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି।

ଓଡ଼ିଶା ସରକାର ସ୍ପଷ୍ଟ କରନ୍ତୁ scbc କିଏ , scbc ପାଇଁ କମିଶନ ଗଠନ ହୋଇନାହିଁ । scbcର ତାଲିକା କେବେ ଚୂଡାନ୍ତ ହେବ ବୋଲି ପ୍ରଶ୍ନ କରିଛି ବିଜେପି । ଆଗ ଶିକ୍ଷାରେ 11.25 ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର ଓ କେଉଁମାନେ scbcରେ ଯାଉଛନ୍ତି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି । କେଉଁ ହିସାବରେ ରାଜ୍ୟ ସରକାର ୨୭ ପ୍ରତିଶତ କଥା କହୁଛନ୍ତି ବୋଲି କହିଛି ବିଜେପି । ମୁଲତବୀ ବିରୋଧୀଙ୍କ ଅଧିକାର ହେଲେ ଗତ 2 ଦିନରେ ବିରୋଧୀଙ୍କ କଣ୍ଠରୋଧ କରୁଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 9, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.