ଭୁବନେଶ୍ବର: ଖୁବଶୀଘ୍ର ବଡ଼ ପରଦାରେ ଆସିବ ଓଡ଼ିଆ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା' । ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରେ ନିର୍ମିତ ଏହି ଫିଲ୍ମର ସୁଟିଙ୍ଗ କାମ ଜୋରସୋରରେ ଆରମ୍ଭ ହୋଇଯାଇଛି । ଯାହାର ନାୟକ ଓଙ୍କ।ର ଆଚାର୍ଯ୍ୟ ହୋଇଥିବାବେଳେ ନାୟିକା ରହିଛନ୍ତି ନମ୍ରତା ସିଂଦେଓ ।
ଏମାନଙ୍କ ବ୍ୟତୀତ ପ୍ରିୟଙ୍କା ସାହୁ ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ମିହିର ଦାସ, ଅଞ୍ଜନା ଦାସ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ସୁଚିସ୍ମିତା କର, ବିଜୟ ବଳ ଭଳି ଅନେକ ଜଣାଶୁଣା କଳାକାର ନଜର ଆସିବେ ।
ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି ପ୍ରଯୋଜିକା ପ୍ରଭାତୀ ଆଚାର୍ଯ୍ୟ ଓ ନିର୍ଦେଶନା ଦେଇଛନ୍ତି ଏନ ପାଢ଼ୀ । ଏହାର ସଙ୍ଗୀତ ନିର୍ଦ୍ଦେଶନାର ଭାର ଜି.ଅଶେକ କୁମାର ସମ୍ଭାଳି ଥିବାବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ, ବିଷ୍ଣୁ ମେହନ କବି,ବସନ୍ତ ପାତ୍ର, ଅନନ୍ୟା ଆଚାର୍ଯ୍ୟ, ଅମୃଟାୟାନୀ । ବର୍ତ୍ତମାନ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଙ୍ଗ କାମ ଚାଲିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ