ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମେଧାବୃତ୍ତି ସହାୟତା ଯୋଜନାରେ ଅନଲାଇନ ଆବେଦନ ସଂଖ୍ୟା କମ ହୋଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଉଚ୍ଚ ଶିକ୍ଷା ବିଭାଗ ।
ବର୍ଷ 2020-21 ଇ-ମେଧାବୃତ୍ତି, ବ୍ୟାସ କବି ଫକୀରମୋହନ ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନଲାଇନ ଆବେଦନର ସଂଖ୍ୟା କମ ହୋଇଛି । ଯାହାକୁ ନେଇ ବିଭିନ୍ନ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ ଅନୁସଚିବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ ।
ମେଧାବୃତ୍ତି ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ 31 । ଯାହା ଆଉ ବୃଦ୍ଧି ହେବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି । ସବୁ ଦସ୍ତାବିଜ ଅନଲାଇନରେ ଅପଲୋଡ ଅଛି । ଏହା ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଆସି ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି । ଯିବାକୁ ନାପସନ୍ଦ କରିଛି ବିଭାଗ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ବ୍ୟକ୍ତିଗତ ହାଜରକୁ ବନ୍ଦ କରିବାକୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ