ଭୁବନେଶ୍ବର: ସରକାରୀ କଲେଜ ଅଧ୍ୟାପକଙ୍କ ପରି ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଲାଗି ଅନ୍ଲାଇନ୍ରେ ରିଫ୍ରେସର୍ କୋର୍ସ । ଏହି କୋର୍ସରେ ଅଧ୍ୟାପକମାନେ ଭାଗ ନେଇପାରିବେ । ଇଚ୍ଛୁକ ବ୍ୟକ୍ତି ଆସନ୍ତା 30 ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ । ପଞ୍ଜିକରଣ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
https:// hrdc.unipune.ac.in ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ । ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ସଚିବ ସମସ୍ତ କଲେଜକୁ ଚିଠି ଲେଖିଛନ୍ତି । ତେବେ କୌଣସି ରିଫ୍ରେସର କୋର୍ସ କରିନଥିବା ଅଧ୍ୟାପକଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଭାଗୀୟ ମନୋନୟନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ । ଚଳିତ ମାସରୁ ଏହି କୋର୍ସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେପ୍ଟେମ୍ବରରେ ଉଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଅକ୍ଟୋବର ଓ ନଭେମ୍ବର ରେ ଭୂଗୋଳ ଓ ସଂସ୍କୃତ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଭୂତତ୍ତ୍ବ, ଗଣିତ, ପଦାର୍ଥ ବିଜ୍ଞାନ, ଦର୍ଶନଶାସ୍ତ୍ର, ଡିସେମ୍ବରରେ ପରିସଂଖ୍ୟାନ, ନଭେମ୍ବରରେ ପ୍ରାଣୀ ବିଜ୍ଞାନ ବିଷୟର ରିଫ୍ରେସର୍ କୋର୍ସ ଅନୁଷ୍ଠିତ ହେବ। ଏହି କୋର୍ସ ଲାଗି ଅଧ୍ୟାପକଙ୍କୁ କୌଣସି ପ୍ରକାର ପଞ୍ଜୀକରଣ ଫି’ ଦେବାକୁ ପଡିବ ନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ