ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ଆସନ୍ତା 22 ତାରିଖରୁ ବିଜେଡିର ଆନ୍ଦୋଳନକୁ ନେଇ କଡା ପ୍ରହାର କରିଛି ରାଜ୍ୟ ବିଜେପି ।
ଆଜି (ଶନିବାର) ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଗ୍ୟାସ ଦର ଅନ୍ତରାଷ୍ଟ୍ରୀୟ ବଜାର କାରଣରୁ ବଢୁଛି । କିନ୍ତୁ ରାଜ୍ୟ ସରକାର ବିଜୁଳି ରେଟ କେବେ କମାଇବେ। ଅନ୍ୟ ରାଜ୍ୟରେ ବିଜୁଳି ଦର ବହୁ କମ। ରାଜ୍ୟରେ ବିଜୁଳି ଉତ୍ପାଦନ ହୋଇ ମଧ୍ୟ କାହିଁକି ଅଧିକ ଟଙ୍କା ଦେବେ ରାଜ୍ୟବାସୀ । ଏହାରୁ କାରଣ କାହିଁକି ଦେଉନାହିଁ ବିଜେଡି ।
ପେଟ୍ରୋଲ ଡିଜେଲରେ ଅନ୍ୟ ରାଜ୍ୟ 10ରୁ 12 ଟଙ୍କା କମାଇଲା ବେଳେ ରାଜ୍ୟ ସରକାର କାହିଁ 3 ଟଙ୍କା କମାଇଲା । ତାହାର ଉତ୍ତର କିଏ ଦେବ ବୋଲି କହିଲେ ଗୋଲକ । ଗ୍ୟାସ ଦର କମ ହେଉ ଏହା ଲକ୍ଷ୍ୟ ନୁହେଁ ମମିତା ପ୍ରସଙ୍ଗରୁ ବାହାରିବାକୁ ଏହା ବିଜେଡିର ନାଟକ ବୋଲି ଗୋଲକ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ