ETV Bharat / city

ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀ ଓଡିଆଙ୍କ ଫେରିବା ବାଟ ଫିଟିଲା - minister padmanabha behera on migrant worker

ପ୍ରବାସୀ ଓଡିଆଙ୍କ ଫେରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାକୁ ଆସିବ ଟ୍ରେନ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

minister padmanabha behera
ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀ ଓଡିଆଙ୍କ ଫେରିବା ବାଟ ଫିଟିଲା
author img

By

Published : May 9, 2020, 2:24 PM IST

ଭୁବନେଶ୍ବର: ପ୍ରବାସୀ ଓଡିଆଙ୍କ ଫେରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାକୁ ଆସିବ ଟ୍ରେନ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଟ୍ରେନ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟର ଅହମ୍ମଦାବାଦ ଓ ସୁରଟରୁ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀ ଓଡିଆଙ୍କ ଫେରିବା ବାଟ ଫିଟିଲା

ସେହିପରି ପ୍ରବାସୀ ଓଡିଆ ବସରେ ଆସିବା ପାଇଁ ବ୍ୟବସ୍ଥା ନାହିଁ । ଯେଉଁମାନେ ଚାହିଁବେ ନିଜସ୍ବ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଆସି ପାରିବେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଓଡିଶା ହାଇକୋର୍ଟ ପ୍ରବାସୀ ଓଡିଆଙ୍କର ପରୀକ୍ଷା କରାଯାଇ କୋରୋନା ନେଗେଟିଭ୍ ବାହାରିଲେ ରାଜ୍ୟକୁ ଆସିବାକୁ ଦିଆଯିବ ବୋଲି ପୂର୍ବରୁ ରାୟ ଶୁଣାଇଥିଲେ । ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.