ETV Bharat / city

ଓଡିଶାକୁ ଆସିନି ମହାରଷ୍ଟ୍ର-ପଞ୍ଜାବ ଷ୍ଟ୍ରେନ, ଚାଲିଛି ଜିନୋମ୍ ସିକ୍ବେନ୍ସିଂ

author img

By

Published : Mar 26, 2021, 3:23 PM IST

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା ସଂକ୍ରମଣ, ଯାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ । ତେବେ ଯେ ପର୍ଯ୍ୟନ୍ତ ଜିନୋମ୍ ସିକ୍ବେନ୍ସ ନ କରାଯାଇଛି ସେ ଯାଏଁ କିଛି କରି ହେବନି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଓଡିଶାକୁ ଆସିନି ମହାରଷ୍ଟ୍ର-ପଞ୍ଜାବ ଷ୍ଟ୍ରେନ, ଚାଲିଛି ଜିନୋମ୍ ସିକ୍ବେନ୍ସିଂ
ଓଡିଶାକୁ ଆସିନି ମହାରଷ୍ଟ୍ର-ପଞ୍ଜାବ ଷ୍ଟ୍ରେନ, ଚାଲିଛି ଜିନୋମ୍ ସିକ୍ବେନ୍ସିଂ

ଭୁବନେଶ୍ବର : ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା ସଂକ୍ରମଣ, ଯାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ । ରାଜ୍ୟରେ 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା 200 ପାର୍ କଲାଣି । ତେବେ ଯେ ପର୍ଯ୍ୟନ୍ତ ଜିନୋମ୍ ସିକ୍ବେନ୍ସ ନ କରାଯାଇଛି ସେ ଯାଏଁ କିଛି କରି ହେବନି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ଡିସେମ୍ବରରେ ହୋଇଥିବା ପରୀକ୍ଷା ପୁଣେରେ କରାଯାଇଥିଲା । ଏହାପରେ ସମସ୍ତ ଟେଷ୍ଟ ଆଇଏଲଏସରେ କରାଯାଉଛି । 250 ସାମ୍ପୁଲ ର ଜିନୋମ ସିକ୍ବେନ୍ସ ଚାଲିଛି। ରିପୋର୍ଟ ଆସିବା ପରେ କେଉଁ ଜିନୋମ୍ ବୋଲି କହିହେବ। ବାହାର ରାଜ୍ୟରୁ ଫେରିଥିବା ପଜିଟିଭ ବ୍ୟକ୍ତିଙ୍କ ସାମ୍ପୁଲ ନେଇ ସିକ୍ବେନ୍ସ ଚାଲିଥିବା ବେଳେ ଡିସେମ୍ବର ପରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭ୍ ବ୍ୟକ୍ତିଙ୍କ ମଧ୍ୟରୁ 5 ପ୍ରତିଶତ ସମ୍ପୁଲର ସ୍ବିକେନ୍ସିଂ କରାଯାଉଛି ।

୨-୩ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ କହିହେବ ଓଡ଼ିଶାରେ କେଉଁ ଷ୍ଟ୍ରେନ ଅଛି। ଟେଷ୍ଟିଂକୁ ଗୁରୁତ୍ବ ଦିଆଯିବା ସହ ଦୈନିକ ୧୧ ହଜାର ଆରଟିପିସିଆର ଟେଷ୍ଟ ଧାର୍ଯ୍ୟ କରାଯାଇଛି। ଯେଉଁଠି ଟେଷ୍ଟ କମୁଥିଲା ସେଠି ପରୀକ୍ଷା ତ୍ବରାନ୍ବିତ କରିବାକୁ କୁହାଯାଇଛି। ଏପ୍ରିଲ ଶେଷ ଆଡ଼କୁ ସଂକ୍ରମଣ ଶୀର୍ଷ ସ୍ତର ଛୁଇଁବା ନେଇ ଆସିଥିବା ରିପୋର୍ଟ ଉପରେ ନିର୍ଦ୍ଦେଶକ କହିଛନ୍ତି କି ରାଜ୍ୟରେ ପଜିଟିଭ ରେଟ ବଢୁଛି। କେଉଁ ଷ୍ଟ୍ରେନ ଯୋଗୁଁ ସଂଖ୍ୟା ବଢୁଛି ଟେଷ୍ଟ ହେଲେ ଜଣାପଡିବ। 3T କୁ ଗୁରୁତ୍ବ ଦିଆଗଲେ ସଂକ୍ରମଣ ହ୍ରାସ କରିହେବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.