ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସରକାର ନିୟମକୁ ଉଲଙ୍ଘନ କରିଛନ୍ତି: ନରସିଂହ ମିଶ୍ର

author img

By

Published : May 10, 2022, 6:37 PM IST

ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଗତକାଲି ହାଇକୋର୍ଟରେ ଏଏସଆଇ ପକ୍ଷରୁ ସତ୍ଯପାଠ ଦାଖଲ ପରେ ରାଜନୀତି ବୃଦ୍ଧି ପାଇଛି । ତେବେ ଏହା ଉପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟଙ୍କ ରାୟକୁ ନେଇ ନରସିଂହ ମିଶ୍ରଙ୍କ କ୍ଷୋଭ । ରାଜ୍ୟ ସରକାର ନିୟମକୁ ଉଲଙ୍ଘନ କରି କାମ ଚଳାଇବା ଦୁର୍ଭାଗ୍ୟଜନକ ।

ସେପଟେ ଗୃହ କମିଟି ଗଠନ କରାଯାଇଥିଲେ ମଧ୍ୟ କମିଟି ଏପର୍ଯ୍ୟନ୍ତ ପ୍ରକଳ୍ପ ତଦାରଖ କରିବା ପାଇଁ ପୁରୀ ନଯିବାକୁ ନିନ୍ଦା କରିଛନ୍ତି ନରସିଂହ । ଏପଟେ ଏଏସଆଇ ଅନୁମତି ଦେଇନଥିବା ସତ୍ୟପାଠରେ ଦାଖଲ କରିଥିବାବେଳେ ରାଜ୍ୟ ସରକାର କାହା ଅନୁମତିରେ ପ୍ରକଳ୍ପ କାମ କରୁଛନ୍ତି ବୋଲି ପରୋକ୍ଷରେ ନରସିଂହ ପ୍ରଶ୍ନ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଅନ୍ୟପଟେ ଏମିତି କିଛି ସ୍ଥାନ ରହିଛି, ଯେଉଁଠି ଅନୁମତିର ଆବଶ୍ୟକତା ନଥିବା ସତ୍ତ୍ବେ ସେହି ସବୁ ସ୍ଥାନରେ ମଧ୍ୟ କାମ ଚାଲିଛି । ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ୍‌ ଥିଲା ବୋଲି ନରସିଂହ ମିଶ୍ର କହିଛନ୍ତି । ଏଥିସହ ଗୃହ କମିଟି ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରୁ ବୋଲି ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିବି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.