ETV Bharat / city

ବନ୍ୟା ଓ ବାତ୍ୟାକୁ ନେଇ ରାଜନୀତି କରିବା ବିଜେପିର ପୁରୁଣା ଅଭ୍ୟାସ କହିଲା BJD

author img

By

Published : Aug 21, 2022, 8:20 PM IST

ବନ୍ୟା ପରିଚାଳନା କରିବାରେ ରାଜ୍ୟ ସରକାର ଫେଲ ମାରିଥିବା ବିଜେପି ଅଭିଯୋଗ କରିଥିଲା । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ

ବନ୍ୟା ଓ ବାତ୍ୟାକୁ ନେଇ ରାଜନୀତି କରିବା ବିଜେପିର ପୁରୁଣା ଅଭ୍ୟାସ କହିଲା BJD
ବନ୍ୟା ଓ ବାତ୍ୟାକୁ ନେଇ ରାଜନୀତି କରିବା ବିଜେପିର ପୁରୁଣା ଅଭ୍ୟାସ କହିଲା BJD

ଭୁବନେଶ୍ବର: ରାଜ୍ୟରେ ବନ୍ୟା ବିପତ୍ତିକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ବନ୍ୟା ଓ ବାତ୍ୟାକୁ ନେଇ ରାଜନୀତି କରିବା BJPର ପୁରୁଣା ଅଭ୍ୟାସ କହିଲା ବୋଲି ସେ କହିଛନ୍ତି ।

ଏ ନେଇ ଲେନିନ କହିଛନ୍ତି, " ଲୋକମାନଙ୍କ ସହିତ ରହିବା ପରିବର୍ତ୍ତେ ଏମିତି ଟିପ୍ପଣୀ ଦେବା ଅନେକ କଷ୍ଟଦାୟକ କଥା । ରାଜ୍ୟ ସରକାର ଯାହା ସମ୍ଭବ ତାହା ବ୍ୟାପକ ଭାବେ କରିଚାଲିଛନ୍ତି । ବିଜେପି ଏଭଳି ରାଜନୀତି ଛାଡି ବନ୍ୟା ପରିସ୍ଥିତିରେ ଲୋକମାନଙ୍କ ପାଖକୁ ଯାଆନ୍ତୁ । ବିଜେଡ଼ିର ଦଳୀୟ ନେତା ମାନେ ସବୁ ଜିଲ୍ଲାରେ ଅଛନ୍ତି । ତଦାରଖ ବି କରୁଛନ୍ତି । ମହାନଦୀ କଥା ଉଠିଲେ ବିଜେପି ଚୁପ ରହିଯାଏ । "

ଏହା ବି ପଢନ୍ତୁ- ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବା ବିଜେପିର ଅଭିଯୋଗ

ତେବେ ସୂଚନା ଥାଉ କି ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ବୋଲି ଅଭିଯାଗ କରିଛି ବିଜେପି । ରାଜ୍ୟ ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ଏବଂ ତାଙ୍କ ଅବହେଳା ଓ ଦାୟିତ୍ବ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କହି ସାମ୍ବାଦିକ ସମ୍ମିଳନୀରେ (Odisha bjp press meet) ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.