ETV Bharat / city

ରାଜଧାନୀରେ ରଥଯାତ୍ରା ପ୍ରସ୍ତୁତି: ଜଳବନ୍ଦୀ ସମସ୍ୟା ଉପରେ ଗୁରୁତ୍ବ ରହିଛି କହିଲେ ମେୟର

author img

By

Published : Jun 28, 2022, 4:36 PM IST

ଭୁବନେଶ୍ବରରେ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ଚଳିତ ଥର ରାଜଧାନୀରେ ଗଡିବ ୪୩ ରଥ । ଅଧିକ ପଢନ୍ତୁ

ରାଜଧାନୀରେ ରଥଯାତ୍ରା ପ୍ରସ୍ତୁତି: ଜଳବନ୍ଦୀ ସମସ୍ୟା ଉପରେ ଗୁରୁତ୍ବ ରହିଛି କହିଲେ ମେୟର
ରାଜଧାନୀରେ ରଥଯାତ୍ରା ପ୍ରସ୍ତୁତି: ଜଳବନ୍ଦୀ ସମସ୍ୟା ଉପରେ ଗୁରୁତ୍ବ ରହିଛି କହିଲେ ମେୟର

ଭୁବନେଶ୍ବର: ଆଉ ଦିନ କେଇଟା ପରେ ରଥଯାତ୍ରା । ଏନେଇ ବିଭିନ୍ନ ରଥଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ରାଜଧାନୀରେ ୪୩ ଟି ରଥ ଗଡିବା ନେଇ ସ୍ଥିର କରାଯାଇଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ବିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି ।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ବସିଥିଲା । ଯେହେତୁ ରାଜଧାନୀରେ ୪୩ଟି ରଥ ଗଡିବ ତେଣୁ ଯାତ୍ରାକୁ ବ୍ୟବସ୍ଥିତ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଏହି ଅବସରରେ ରାସ୍ତା ଉପରକୁ ଆସିଥିବା ଗଛର ଡାଳ କଟାରୁ ଆରମ୍ଭ କରି ବିଜୁଳ, ପାଣି ଏବଂ ପରିମଳ ଉପରେ ଗୁରୁତ୍ବ ଦିଆଯାଇଥିବା ମେୟର ସୁଲୋଚନା କହିଛନ୍ତି । ତିନି ମଣ୍ଡଳରେ ଯେପରି ଭାବେ କାର୍ଯ୍ୟରେ ବିଭ୍ରାଟ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ମେୟର ପରାମର୍ଶ ଦେଇଛନ୍ତି ।

ଏହାସହ ଇସ୍କନ ମନ୍ଦିର ନିକଟରେ ପ୍ରତିବର୍ଷ ହେଉଥିବା ଜଳବନ୍ଦୀ ସମସ୍ଯା ଉପରେ ମଧ ନଜର ରଖା ଯାଇଥିବା ମେୟର କହିଛନ୍ତି । ଏଠାରେ ଭୁବନେଶ୍ବରର ବଡ ରଥ ହେଉଥିବାରୁ ସବୁ ଦୃଷ୍ଟିରୁ ବ୍ୟାପକ ବ୍ଯବସ୍ଥା କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଜଳବନ୍ଦୀ ସମସ୍ଯା ସମାଧାନ କରାଯିବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.