ETV Bharat / city

ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କ ଅବଧି - ରଣେନ୍ଦ୍ର ପ୍ରତାପ ସ୍ବାଇଁ

ରାସନ କାର୍ଡରେ ଆଧାର ଲିଙ୍କର ଅବଧିକୁ 15 ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୧୫ ଯାଏଁ ଏହି ତାରିଖକୁ ବଢାଯାଇଛି । ଆଜି ଆଧାର ସଂଯୋଗର ଶେଷ ତାରିଖ ଥିବାବେଳେ ଏହାକୁ ବଢାଇଛି ଖାଦ୍ୟ ଖାଉଟି କଲ୍ଯାଣ ବିଭାଗ ।

ଡିଜାଇନ ଫଟୋ
author img

By

Published : Aug 31, 2019, 6:51 PM IST

ଭୁବନେଶ୍ବର: ରାସନ କାର୍ଡ ସହ ଆଧାର ଲିଙ୍କ ହେବାର ଅବଧିକୁ ବଢାଇଛନ୍ତି ରାଜ୍ୟ ସରକାର । ଅଗଷ୍ଟ 31 ଅର୍ଥାତ୍ ଆଜି ଥିଲା ଲିଙ୍କ କରିବାର ଶେଷ ତାରିଖ । କିନ୍ତୁ ଏହି ଅବଧିକୁ ଆଉ 15 ଦିନ ବଢାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯିବ ରାସନ ସାମଗ୍ରୀ ।

ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟରେ ଥିବା ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ପାଖାପାଖି ୯୭.୭ ପ୍ରତିଶତ ଲୋକଙ୍କର ଆଧାର ଲିଙ୍କ କରାଯାଇଛି । ଯେଉଁ ହିତାଧିରକାରୀ ଆଧାର ଲିଙ୍କ କରି ନାହାଁନ୍ତି ସେମାନଙ୍କ ପାଇଁ ଆଉ ୧୫ ଦିନ ବଳକା ସମୟ ଦେଇଛନ୍ତି ରାଜ୍ୟ ସରକାର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଆଧାର ଲିଙ୍କ କରିବା ପରେ ତୁରନ୍ତ ସେମାନଙ୍କୁ ରାସନ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ପୂର୍ବସଂଖ୍ୟା ଠାରୁ ପାଖାପାଖି ୨ ଲକ୍ଷ ପରିବାର ତାଲିକାରୁ ବାଦ୍ ପଡିଥିବା ଜଣାପଡିଛି । ସେପ୍ଟେମ୍ବର ୧୫ ତାରିଖ ପରେ କେତେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ରହିଛି, ତାହା ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ଥିଲା । ଲିଙ୍କ ନକଲେ ମିଳିବ ନାହିଁ ରାସନ ସାମଗ୍ରୀ । ପୂର୍ବରୁ ଏହି ଡେଡ୍‌ଲାଇନ୍ ଜୁଲାଇ ୩୧ ଥିବା ବେଳେ ଅଗଷ୍ଟ ୩୧କୁ ସମୟ ସୀମା ଧାର୍ଯ୍ୟ କରି ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଚିଠି ଲେଖିଥିଲା । ଏନେଇ ଯୋଗାଣ ବିଭାଗ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ମଧ୍ୟ କୁହାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାସନ କାର୍ଡ ସହ ଆଧାର ଲିଙ୍କ ତାରିଖ ସେପ୍ଟେମ୍ବର ୧୫ ଯାଏ ଘୁଞ୍ଚିଲା

ଆଜି ଶେଷ ତାରିଖ ଥିଲା ରାସନ କାର୍ଡ ସହ ଆଧାର ଲିଙ୍କ ।ଆସନ୍ତା କାଲି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ରାସନ ବଣ୍ଟନ କରାଯିବ ।ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ ରେ ଥିବା ୩କୋଟି ୨୬ ଲକ୍ଷ ମଧ୍ୟରୁ ପାଖାପାଖି ୯୭.୭ ଲୋକଙ୍କ ର ଆଧାର ଲିଙ୍କ କରାଯାଇଛି ।ଯେଉଁମାନେ ଏହି ଆଧାର ଲିଙ୍କ କରାଇନାହାନ୍ତି ସେମାନଙ୍କ ପାଇଁ ଆଉ ୧୫ଦିନର ବଳକା ସମୟ ଦେଇଛନ୍ତି ରାଜ୍ୟ ସରକାର ।Body:ଏହାସହ ଆଧାର ଲିଙ୍କ କରିବା ସହ ତୁରନ୍ତ ସେମାନଙ୍କୁ ରାସନ ଦିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ଵାଇଁ କହିଛନ୍ତି । ଏବେ ସୁଦ୍ଧା ପାଖାପାଖି ୨ଲକ୍ଷ ପରିବାର ବାଦ୍ ପଡିଥିବା ଜଣାପଡିଛି ।ସେପ୍ଟେମ୍ବର ୧୫ ତାରିଖ ପରେ କେତେ ରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ରହିଛି ତାହା ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ ସୂଚି ଦେଇଛନ୍ତି ।
Conclusion:ସୂଚନା ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ଅର୍ଥାତ ଆଜି ଶେଷ ତାରିଖ ଥିଲା ।ଆଧାର ନ କଲେ ଆଉ ମିଳିବନି ଚାଉଳ। ପୂର୍ବରୁ ଏହି ଡେଡ୍‌ଲାଇନ୍ ଜୁଲାଇ ୩୧ ଥିବା ବେଳେ ଏବେ ଅଗଷ୍ଟ ୩୧କୁ ସମୟ ସୀମା ଧାର୍ଯ୍ୟ କରି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ। ଏନେଇ ଯୋଗାଣ ବିଭାଗ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.