ETV Bharat / city

ମହାକାଶରେ ବିରଳ 'ଗ୍ରହ ସମାବେଶ'

ମେ ମାସ ୨୫ ତାରିଖ ଯାଏଁ ସବୁଦିନ ରାତିରେ ୫ଟି ଗ୍ରହକୁ ଆମେ ଖାଲି ଆଖିରେ ଦେଖିପାରିବା । ଇଂରାଜୀରେ ଏହାକୁ 'ଏକ ପ୍ଲାନେଟ୍ ପରେଡ’ କୁହାଯାଏ । ଅଧିକ ପଢନ୍ତୁ...

author img

By

Published : May 18, 2021, 10:42 PM IST

ମହାକାଶରେ ବିରଳ 'ଗ୍ରହ ସମାବେଶ'
ମହାକାଶରେ ବିରଳ 'ଗ୍ରହ ସମାବେଶ'

ଭୁବନେଶ୍ବର: ଆକାଶରେ ଦେଖିବାକୁ ମିଳୁଛି ବିରଳ ଗ୍ରହ ସମାବେଶ । ମେ ମାସ ୨୫ ତାରିଖ ଯାଏଁ ସବୁଦିନ ରାତିରେ ୫ଟି ଗ୍ରହକୁ ଆମେ ଖାଲି ଆଖିରେ ଦେଖିପାରିବା । ଇଂରାଜୀରେ ଏହାକୁ 'ଏକ ପ୍ଲାନେଟ୍ ପରେଡ’ କୁହାଯାଏ । ଯାହାକୁ ଆମେ ଓଡ଼ିଆରେ ଗ୍ରହ ସମାବେଶ କହି ପାରିବା । ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ । କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି । ଯାହା ଏକ ବିରଳ ମହାକାଶୀୟ ଘଟଣାକୁ ସୂଚାଇଥାଏ ।

ଆମେ ଜାଣିଛେ ଯେ ସୂର୍ଯ୍ୟ ଚାରିପଟେ ୮ ଟି ଗ୍ରହ ବୁଲୁଛନ୍ତି । ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ । ସାଧାରଣତଃ ବୁଧ ଗ୍ରହ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ । ଗତ ଦୁଇ ତିନି ଦିନ ଧରି ଭୁବନେଶ୍ବର ଆକାଶରେ ବୁଧ ଗ୍ରହ ଏକ ଘଣ୍ଟା ଧରି ଖୁବ୍ ଉଜ୍ଜଳ ଦେଖାଯାଇଥିଲା । ଆସନ୍ତା ଏକ ସପ୍ତାହ ଧରି ସୂର୍ଯ୍ୟାସ୍ତ ପରେ ପରେ ବୁଧ ଗ୍ରହ ପଶ୍ଚିମ ଦିଗବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଦେଖାଯାଇ ପ୍ରାୟ ଏକ ଘଣ୍ଟା ପରେ ଅସ୍ତ ହେବ । ସେହି ସମୟରେ ବୁଧ ଗ୍ରହ ତଳକୁ ପଶ୍ଚିମ ଦିଗବଳୟର ନିକଟରେ ଉଜ୍ଜଳ ଶୁକ୍ର ଗ୍ରହ ଏବଂ ମୁଣ୍ଡ ଉପରକୁ ଲାଲ୍ ରଙ୍ଗର ମଙ୍ଗଳ ଗ୍ରହକୁ ଦେଖିହେବ ।

ସେହିପରି ଶନି ମଧ୍ୟ ରାତିବେଳକୁ ଓ ବୃହଷ୍ପତି ରାତି ଗୋଟାଏ ବେଳେ ପୂର୍ବରେ ଉଦୟ ହୋଇ ସାରାରାତି ଦେଖାଯିବ । ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ - ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଦେଖାଯିବେ । ଏହି ପ୍ରକ୍ରିୟା ମେ ୨୫ ତାରିଖ ଯାଏଁ ଚାଲିବ । ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ । ଯାହାକୁ ଖାଲି ଆଖିରେ ଦେଖିହେବ ।

ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ଦେଖିହେବ । ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହାର କାରଣ ଜାଣିବା ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ତଥା ଜନସାଧାରଣ ୧୮ ରୁ ୨୧ ତାରିଖ ପ୍ରତିଦିନ ସନ୍ଧ୍ୟା ୬ଟାରୁ ୭ଟା ଯାଏଁ ଅନ୍‌ଲାଇନ୍ ଦ୍ୱାରା ଗ୍ରହ ଗୁଡିକୁ ଚିହ୍ନାଇବାର ବ୍ୟବସ୍ଥା କରାଯାଇଛି । ଏ ନେଇ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.